Advertisment

ଧରାପଡ଼ିଲା ହାର୍ଡକୋର ମାଓବାଦୀ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଯନ୍ତ୍ରୀ ଜଙ୍ଗଲରୁ ଧରାପଡିଲା ହାର୍ଡକୋର ମାଓବାଦୀ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରୁ ଯବାନମାନେ ଏହି ମାଓବାଦୀକୁ ଧରିଛନ୍ତି । ସମ୍ପୃକ୍ତ ମାଓବାଦୀର ପ୍ରାଥମିକି ଚିକିତ୍ସା ପରେ ଅଧିକ ପଚରାଉଚରା କରାଯାଉଛି। ଗତକାଲି ସ୍ୱାଭିମାନ ଅଞ୍ଚଳ ନିକଟସ୍ଥ ତୋଟାଗୁଡା ଯନ୍ତ୍ରୀ ଜଙ୍ଗଲରେ ମାଓ ଶିବିରର ଚାଲିଥିବା ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ଏହାପରେ ଏସଓଜି ଓ ଡିଏଫଓ ଯବାନମାନେ ମିଳିତ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ପରେ ଜଙ୍ଗଲରେ ମାଓବାଦୀ ଓ […]

ଅଦ୍ୟତନ ହୋଇଛି
ଧରାପଡ଼ିଲା ହାର୍ଡକୋର ମାଓବାଦୀ

maoist

Advertisment

ମାଲକାନଗିରି (ଜିତେନ୍ଦ୍ର ବେଉରା): ଯନ୍ତ୍ରୀ ଜଙ୍ଗଲରୁ ଧରାପଡିଲା ହାର୍ଡକୋର ମାଓବାଦୀ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରୁ ଯବାନମାନେ ଏହି ମାଓବାଦୀକୁ ଧରିଛନ୍ତି । ସମ୍ପୃକ୍ତ ମାଓବାଦୀର ପ୍ରାଥମିକି ଚିକିତ୍ସା ପରେ ଅଧିକ ପଚରାଉଚରା କରାଯାଉଛି।

Advertisment

ଗତକାଲି ସ୍ୱାଭିମାନ ଅଞ୍ଚଳ ନିକଟସ୍ଥ ତୋଟାଗୁଡା ଯନ୍ତ୍ରୀ ଜଙ୍ଗଲରେ ମାଓ ଶିବିରର ଚାଲିଥିବା ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ଏହାପରେ ଏସଓଜି ଓ ଡିଏଫଓ ଯବାନମାନେ ମିଳିତ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ପରେ ଜଙ୍ଗଲରେ ମାଓବାଦୀ ଓ ଯବାନମାନେ ମୁହଁମୁହିଁ ହୋଇଥିଲେ ।

ମାଓବାଦୀମାନେ ପ୍ରଥମେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବରେ ଯବାନଙ୍କ ଗୁଳିମାଡରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛି । ମୃତ ମାଓବାଦୀର ନାଁ କିଶୋର ବୋଲି ଜଣାପଡିଛି । ଏଥିସହ ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ ରାଇଫଲ ସହ ବହୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe