Advertisment

ଆରମ୍ଭ ହେଲା ବିଧାନସଭା ଅଧିବେଶନ, ବିଜେଡିର ଅଧା ବିଧାୟକଙ୍କ ଦେଖା ମିଳିଲାନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁରୁବାରଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। ତେବେ ଏହି ଅଧିବେଶନର ପ୍ରଥମ ଦିନରେ ବିଧାନସଭା ପରିସର ଖାଁ ଖାଁ ଦେଖାଯାଇଥିଲା। ଅନୁପସ୍ଥିତ ରହିଥିଲେ ଶାସକ ଦଳର ପ୍ରାୟ ୫୦ ପ୍ରତିଶତ ବିଧାୟକ। କେବଳ ବିଧାୟକ ନୁହନ୍ତି, ଅଧିକାଂଶ ମନ୍ତ୍ରୀଙ୍କର ଆଜି ଦେଖା ମିଳି ନଥିଲା। କାରଣ ହେଉଛି- ପଦ୍ମପୁର ଉପନିର୍ବାଚନ। ସେମାନେ ସମସ୍ତ ପଦ୍ମପୁର ଯାଇଛନ୍ତି ନିର୍ବାଚନ ପ୍ରଚାରରେ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ବିଧାନସଭାରେ ପ୍ରମୁଖ ଭୂମିକା ଥିବା ସଂସଦୀୟ […]

author-image
Jitendra Garnayak
ଆରମ୍ଭ ହେଲା ବିଧାନସଭା ଅଧିବେଶନ, ବିଜେଡିର ଅଧା ବିଧାୟକଙ୍କ ଦେଖା ମିଳିଲାନି

Odisha Assembly

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁରୁବାରଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। ତେବେ ଏହି ଅଧିବେଶନର ପ୍ରଥମ ଦିନରେ ବିଧାନସଭା ପରିସର ଖାଁ ଖାଁ ଦେଖାଯାଇଥିଲା। ଅନୁପସ୍ଥିତ ରହିଥିଲେ ଶାସକ ଦଳର ପ୍ରାୟ ୫୦ ପ୍ରତିଶତ ବିଧାୟକ। କେବଳ ବିଧାୟକ ନୁହନ୍ତି, ଅଧିକାଂଶ ମନ୍ତ୍ରୀଙ୍କର ଆଜି ଦେଖା ମିଳି ନଥିଲା। କାରଣ ହେଉଛି- ପଦ୍ମପୁର ଉପନିର୍ବାଚନ। ସେମାନେ ସମସ୍ତ ପଦ୍ମପୁର ଯାଇଛନ୍ତି ନିର୍ବାଚନ ପ୍ରଚାରରେ।

Advertisment

ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ବିଧାନସଭାରେ ପ୍ରମୁଖ ଭୂମିକା ଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଂଜନ ପୂଜାରୀ ଅନୁପସ୍ଥିତ ଥିଲେ। ସେ ଅର୍ଥମନ୍ତ୍ରୀ ମଧ୍ୟ ଅଛନ୍ତି। ସେ ଅନୁପସ୍ଥିତ ରହିଥିବାରୁ ତାଙ୍କ ସ୍ଥାନରେ ଆଜି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ ପଂଚାୟତି ରାଜ ମନ୍ତ୍ରୀ ପ୍ରଦୀପ ଅମାତ। ପଶ୍ଚିମ ଓଡ଼ିଶାର ଅଧିଂକାଶ ମନ୍ତ୍ରୀ ଓ ବିଧାୟକ ଅନୁପସ୍ଥିତ ଥିଲେ।

ଏହାକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ। ନିର୍ବାଚନ ହାରିଯିବା ଭୟରେ ପୂରା ଶାସକ ଦଳ ପଦ୍ମପୁରେ ଡେରା ପକାଇଛନ୍ତି। ସେମାନେ ବିଧାନସଭାକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ବିରୋଧୀ କହିଛନ୍ତି।

Advertisment

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଶାସକ ଦଳର ୫୦ ପ୍ରତିଶତ ବିଧାୟକ ଅନୁପସ୍ଥିତ ଥିଲେ। ମାତ୍ର ୮ ଜଣ ମନ୍ତ୍ରୀ ଗୃହରେ ଉପସ୍ଥିତ ରହିଥିଲେ। ନିଜେ ଅର୍ଥମନ୍ତ୍ରୀ ଅନୁପସ୍ଥିତ ରହିଥିଲେ। ସେମାନେ କର ବା ମର ନୀତିରେ ପଦ୍ମପୁର ଆସନ ବଞ୍ଚାଇବା ପାଇଁ ଲାଗିପଡ଼ିଛନ୍ତି। ତେବେ ପଦ୍ମପୁରବାସୀ ଉଚିତ୍ ଜବାବ ଦେବେ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ବିଧାନସଭାରେ ବିଧାୟକ ଓ ମନ୍ତ୍ରୀଙ୍କ ମରୁଡ଼ି ରାଜ୍ୟ ପାଇଁ ଶୁଭଙ୍କର ନୁହେଁ। ସମସ୍ତ ମନ୍ତ୍ରୀ ଓ ବିଧାୟକ ଗୃହକୁ ଆସିବାର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ, ଧାମନଗରରେ ହାରିବା ପରେ ପଦ୍ମପୁର ଉପନିର୍ବାଚନ ଏବେ ଶାସକ ଦଳ ପାଇଁ କର ବା ମର ସ୍ଥିତି ଆଣିଛି। ତେଣୁ ଶୀତ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଗୃହରେ ଏଭଳି ବିଧାୟକ ମରୁଡ଼ି ଦେଖିବାକୁ ମିଳିବ ବୋଲି କୁହାଯାଉଛି।

BjD PadampurBypoll