Advertisment

୮ଟି ଜିଲ୍ଲାରେ ଲାଗୁ ହେଲା ବାଧ୍ୟତାମୂଳକ ହଲମାର୍କିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ବାଧ୍ୟତାମୂଳକ ହଲମାର୍କିଂକୁ ରାଜ୍ୟର ୮ଟି ଜିଲ୍ଲାରେ ଲାଗୁ କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କଟକ, ଗଂଜାମ, ଯାଜପୁର, ଖୋର୍ଦ୍ଧା, ମୟୂରଭଂଜ ଓ ସମ୍ବଲପୁର । ଏହି  ଜିଲ୍ଲାର ଅଳଙ୍କାର ଦୋକାନୀମାନେ କେବଳ ୧୪, ୧୮ ଏବଂ ୨୨ କ୍ୟାରେଟଯୁକ୍ତ ସୁନା ହିଁ ବିକ୍ରି କରିପାରିବେ । ସେହିଭଳି ସୁନା ବ୍ୟବସାୟୀଙ୍କ ପାଇଁ ଅତିରିକ୍ତ ୨୦, ୨୩ ଏବଂ ୨୪ କ୍ୟାରେଟ ସୁନା ଅଳଙ୍କାରକୁ […]

author-image
Niharika Rout
ଅଦ୍ୟତନ ହୋଇଛି
୮ଟି ଜିଲ୍ଲାରେ ଲାଗୁ ହେଲା ବାଧ୍ୟତାମୂଳକ ହଲମାର୍କିଂ

gold

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ବାଧ୍ୟତାମୂଳକ ହଲମାର୍କିଂକୁ ରାଜ୍ୟର ୮ଟି ଜିଲ୍ଲାରେ ଲାଗୁ କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କଟକ, ଗଂଜାମ, ଯାଜପୁର, ଖୋର୍ଦ୍ଧା, ମୟୂରଭଂଜସମ୍ବଲପୁର

Advertisment

ଏହି  ଜିଲ୍ଲାର ଅଳଙ୍କାର ଦୋକାନୀମାନେ କେବଳ ୧୪, ୧୮ ଏବଂ ୨୨ କ୍ୟାରେଟଯୁକ୍ତ ସୁନା ହିଁ ବିକ୍ରି କରିପାରିବେ । ସେହିଭଳି ସୁନା ବ୍ୟବସାୟୀଙ୍କ ପାଇଁ ଅତିରିକ୍ତ ୨୦, ୨୩ ଏବଂ ୨୪ କ୍ୟାରେଟ ସୁନା ଅଳଙ୍କାରକୁ ବି ହଲମାର୍କିଂ ପାଇଁ ଅନୁମତି ମିଳିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରିଛନ୍ତି ।

ଶୁଦ୍ଧତାର ଗ୍ୟାରେଣ୍ଟି ଦେଉଥିବା ହଲମାର୍କିଂକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି । ଏହାକୁ ପର୍ଯ୍ୟାୟ କ୍ରମେ ସାରା ଦେଶରେ ଲାଗୁ କରାଯିବ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି  ।

Advertisment

ସୂଚନାଯୋଗ୍ୟ,  ଗତ ୧୬ ତାରିଖରୁ କେନ୍ଦ୍ର ସରକାର ସୁନା ଅଳଙ୍କାରରେ ହଲମାର୍କକୁ ବାଧ୍ୟତାମୂଳକ  କରି ସାରିଛନ୍ତି।    ଏହି ନିୟମ ଭିତରେ କିନ୍ତୁ ଛୋଟିଆ ଗହଣା ଦୋକାନୀ ରହିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ।  ପ୍ରଥମ ପର୍ଯ୍ୟାୟରେ ପୂର୍ବରୁ ହଲମାର୍କ ସେଣ୍ଟର ଥିବା  ଦେଶର ୨୫୬ ଜିଲ୍ଲାରେ ଏହି ନିୟମକୁ ଅନିର୍ବାର୍ଯ୍ୟ କରାଯାଇଛି । ଆସନ୍ତା ଦୁଇ ମାସ ଭିତରେ ପୁରୁଣା ଗହଣାରେ ହଲମାର୍କ ଲଗାଇବାକୁ ସମୟ ଦେଇଛନ୍ତି ସରକାର। ଅର୍ଥାତ ସେପ୍ଟେମ୍ୱର ୧ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ସରକାର। ଏହା ଭିତରେ କୌଣସି ବ୍ୟବସାୟୀ ଜୋରିମାନା ଦେବେ ନାହିଁ।

ସମସ୍ତ ବ୍ୟବସାୟୀ କେବଳ ଓ୍ୱାନ ଟାଇମ୍ ପଞ୍ଜିକରଣ କରିବେ। ବାର୍ଷିକ ନବୀକରଣର ଆବଶ୍ୟକତା ନାହିଁ। ଏହା ବ୍ୟତୀତ ଅଳଙ୍କାର ଯୁକ୍ତ ଘଣ୍ଟା ଏବଂ ଛୋଟ ଛୋଟ ଜିନିଷ ହଲମାର୍କ ବାହାରେ ରହିବେ।

ସେହିପରି ୪୦ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ କାରବାର କରୁଥିବା ଗହଣା ଦୋକାନ ହଲମାର୍କିଂ ନିୟମ ବାହାରେ ରହିବେ। ଅର୍ଥାତ୍ ସରକାର ଛୋଟ ଛୋଟ ଅଳଙ୍କାର ବ୍ୟବସାୟୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ଅଗଷ୍ଟ ଶେଷ ପର୍ଯ୍ୟନ୍ତ, ହଲମାର୍କିଂର ନିୟମ ପାଳନ ନକଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଏହା ସହିତ ୧୪,୧୮, ୨୨ ବ୍ୟତୀତ ସରକାର ୨୦,୨୩, ୨୪ କ୍ୟାରେଟ୍ ଅଳଙ୍କାରର ହଲମାର୍କିଂକୁ ମଧ୍ୟ ଅନୁମୋଦନ କରିଛନ୍ତି।

Odia News