Advertisment

ହୋମ ନିଆଁ ପୂର୍ବରୁ ଜଳିଲା ଜୁଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କିଛି ଦିନ ପରେ ଶଙ୍ଖାସିନ୍ଦୁର ପିନ୍ଧି ନବବଧୂ ସାଜି ଶାଶୁ ଘରକୁ ଯାଇଥାନ୍ତେ। ହେଲେ ତା’ ପୂର୍ବରୁ ସବୁ ଓଲଟପାଲଟ ହୋଇଗଲା। ହୋମ ନିଆଁ ବଦଳରେ ଜଳିଲା ଜୁଇର ନିଆଁ। ଏକ ଭଡ଼ା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ। ଏପରି ଘଟଣା ଘଟିଛି ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ। ମୃତ ଯୁବତୀ ଜଣଙ୍କର ଘର ନୟାଗଡ଼ର ଗୁଡିପଲ୍ଲୀ ଅଞ୍ଚଳରେ ବୋଲି ଜଣାଯାଇଛି। ସେ ଭୁବନେଶ୍ୱରର ଏକ ବିଜ୍ଞାପନ କମ୍ପାନୀରେ କାମ […]

ଅଦ୍ୟତନ ହୋଇଛି
ହୋମ ନିଆଁ ପୂର୍ବରୁ ଜଳିଲା ଜୁଇ

marriage

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କିଛି ଦିନ ପରେ ଶଙ୍ଖାସିନ୍ଦୁର ପିନ୍ଧି ନବବଧୂ ସାଜି ଶାଶୁ ଘରକୁ ଯାଇଥାନ୍ତେ। ହେଲେ ତା’ ପୂର୍ବରୁ ସବୁ ଓଲଟପାଲଟ ହୋଇଗଲା। ହୋମ ନିଆଁ ବଦଳରେ ଜଳିଲା ଜୁଇର ନିଆଁ। ଏକ ଭଡ଼ା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ। ଏପରି ଘଟଣା ଘଟିଛି ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ।

Advertisment

ମୃତ ଯୁବତୀ ଜଣଙ୍କର ଘର ନୟାଗଡ଼ର ଗୁଡିପଲ୍ଲୀ ଅଞ୍ଚଳରେ ବୋଲି ଜଣାଯାଇଛି। ସେ ଭୁବନେଶ୍ୱରର ଏକ ବିଜ୍ଞାପନ କମ୍ପାନୀରେ କାମ କରୁଥିଲେ। ଯୁବତୀ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ,ଏହା ପଛରେ କ’ଣ କାରଣ ଥାଇପାରେ, ତାହା ଜଣାପଡ଼ିନାହିଁ।

ପୁଲିସ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି। ଯୁବତୀଙ୍କ ପରିବାର ଲୋକ ମଧ୍ୟ ଲକ୍ଷ୍ମୀସାଗର ଥାନାରେ ଏକ ଏତଲା ଦେଇଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment

ମୃତ ଯୁବତୀଙ୍କ ରୁମ୍‌ରେ ରହୁଥିବା ତାଙ୍କ ସହଯୋଗୀଙ୍କ କହିବା ଅନୁସାରେ, ଯୁବତୀ ଜଣଙ୍କର ବିବାହ ସ୍ଥିର ହୋଇଥିଲା। ମଙ୍ଗଳବାର ରାତିରେ ଯୁବତୀ ଜଣଙ୍କ ବିବାହ ସ୍ଥିର ହୋଇଥିବା ପୁଅ ସହ କଥା ହେଉଥିଲେ। ହଠାତ୍‌ କୌଣସି କାରଣ ପାଇଁ ରାଗିଯାଇ ମୋବାଇଲକୁ କଚାଡ଼ି ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ବୁଧବାର ଯୁବତୀ ଜଣଙ୍କ ଅଫିସ ଯାଇ ନ ଥିଲେ। ତାଙ୍କ ସହଯୋଗୀ ଅଫିସରୁ ଫେରି ଯୁବତୀ ଆତ୍ମହତ୍ୟା କରିଥିବା ଦେଖିଥିଲେ। ଏନେଇ ତାଙ୍କ ପରିବାର ଲୋକ ଓ ପୁଲିସକୁ ଜଣାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe