Advertisment

Death: ବିଦ୍ୟୁତ୍ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଠାବ

ଅମରନାଥ ନାକଟିଦେଉଳ ବିଦ୍ୟୁତ ବିଭାଗରେ କାମ କରୁଥିଲେ। ପ୍ରାଥମିକ ତଦନ୍ତରୁ ସେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡୁଛି। ଘଟଣାସ୍ଥଳରେ ମୃତକଙ୍କ ବାଇକ ଏବଂ ବ୍ୟାଗ୍‌ ଥିଲା।

Police
Advertisment

ଦେବଗଡ଼ ଜିଲ୍ଲା ରିଆମାଳ ଥାନା ରତନପୁର ନିକଟ ଜଙ୍ଗଲ ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି। 

Advertisment

ମୃତ ଯୁବକଙ୍କ ନାଁ ଅମରନାଥ ସାହୁ। ତାଙ୍କ ଘର ବାରକୋଟ ଥାନା ଖଡ଼ିନାଳୀ ଗାଁରେ। ତାଙ୍କ ବାପାଙ୍କ ନାଁ ଲକ୍ଷ୍ମଣ ସାହୁ ବୋଲି ଜଣାପଡ଼ିଛି।

ଅମରନାଥ ନାକଟିଦେଉଳ ବିଦ୍ୟୁତ ବିଭାଗରେ କାମ କରୁଥିଲେ। ପ୍ରାଥମିକ ତଦନ୍ତରୁ ସେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡୁଛି। ଘଟଣାସ୍ଥଳରେ ମୃତକଙ୍କ ବାଇକ ଏବଂ ବ୍ୟାଗ୍‌ ଥିଲା। ଆଜି ସକାଳେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

Advertisment

ଦେବଗଡ଼-ରିଆମାଳ ମୁଖ୍ୟ ରାସ୍ତାରୁ ପ୍ରାୟ ୧୦୦ ମିଟର ଭିତରେ ମୃତଦେହଟି ଏକ ଗଛରେ ଝୁଲୁଥିଲା । ସ୍ଥାନୀୟ କିଛି ଲୋକ ଦେଖିବା ପରେ ରିଆମାଳ ଥାନା ପୁଲିସକୁ ସୂଚନା ଦେଇଥିଲେ । ଥାନା ଅଧିକାରୀ ବିନୟ କେରକେଟା ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe