dead body
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ବରମୁଣ୍ଡାର ତ୍ରିନାଥ ମନ୍ଦିର ରୋଡ଼ରେ ଥିବା ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳିନାହିଁ। ଯୁବକ ଜଣଙ୍କ ଘର ବାହାର ରାଜ୍ୟରେ ବୋଲି ଜଣାଯାଇଛି।
ଯୁବକଙ୍କ ମୃତଦେହ ତ୍ରିନାଥ ମନ୍ଦିର ରୋଡ଼ରେ ଥିବା ଏକ ଗଛରେ ଝୁଲିଥିବା ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ଖଣ୍ଡଗିରି ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ଯୁବକଙ୍କୁ କେହି ହତ୍ୟା କରି ଟଙ୍ଗାଇ ଦେଇଛି ନା, ସେ ଆତ୍ମହତ୍ୟା କରିଛନ୍ତି ତାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/05/dead-1.jpg)