Advertisment

୧୫ ଥର ହୋଇଥିଲେ ରାଉରକେଲା ବାର ଆସୋସିଏସନ୍‌ ସଭାପତି, ଘରୁ ମିଳିଲା ଝୁଲନ୍ତା ମୃତଦେହ

ରାଉରକେଲା(ପବନ ତିୱାରୀ): ରାଉରକେଲା ବାର ଆସୋସିଏସନ୍‌ର ପୂର୍ବତନ ସଭାପତି ରମେଶ ବଳଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି ।  ଆଜି ଭୋରୁ ଭୋରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି  ।  ରାଉଲକେଲା ଡେଲି ମାର୍କେଟସ୍ଥିତ ଶ୍ୱଶୁର ଘରୁ ରମେଶ ବଳଙ୍କ ମୃତଦେହ ଉଦ୍ଧାର ହୋଇଛି। ରମେଶ ବଳଙ୍କ ନିଜ ଘର ରାଉରକେଲାର ବନ୍ଧମୁଣ୍ଡା ଅଞ୍ଚଳରେ ଥିବା ତିଲକାନଗରରେ। ମାତ୍ର ସେ ଦୀର୍ଘ ବର୍ଷ ହେବ ପତ୍ନୀ ଓ ୨ ପୁଅଙ୍କ ସହ ଡେଲି ମାର୍କେଟସ୍ଥିତ ଶ୍ୱଶୁର ଘରେ ରହୁଥିଲେ। […]

author-image
Niharika Rout
ଅଦ୍ୟତନ ହୋଇଛି
୧୫ ଥର ହୋଇଥିଲେ ରାଉରକେଲା ବାର ଆସୋସିଏସନ୍‌ ସଭାପତି, ଘରୁ ମିଳିଲା ଝୁଲନ୍ତା ମୃତଦେହ

pic

ରାଉରକେଲା(ପବନ ତିୱାରୀ): ରାଉରକେଲା ବାର ଆସୋସିଏସନ୍‌ର ପୂର୍ବତନ ସଭାପତି ରମେଶ ବଳଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି ।  ଆଜି ଭୋରୁ ଭୋରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି  ।  ରାଉଲକେଲା ଡେଲି ମାର୍କେଟସ୍ଥିତ ଶ୍ୱଶୁର ଘରୁ ରମେଶ ବଳଙ୍କ ମୃତଦେହ ଉଦ୍ଧାର ହୋଇଛି।

Advertisment

ରମେଶ ବଳଙ୍କ ନିଜ ଘର ରାଉରକେଲାର ବନ୍ଧମୁଣ୍ଡା ଅଞ୍ଚଳରେ ଥିବା ତିଲକାନଗରରେ। ମାତ୍ର ସେ ଦୀର୍ଘ ବର୍ଷ ହେବ ପତ୍ନୀ ଓ ୨ ପୁଅଙ୍କ ସହ ଡେଲି ମାର୍କେଟସ୍ଥିତ ଶ୍ୱଶୁର ଘରେ ରହୁଥିଲେ। ୨ ପୁଅ ବାହାରେ ଥିବା ବେଳେ ଘରେ ପତ୍ନୀ ଓ ଶାଶୁ ଥିଲେ।

ଗତ ରାତିରେ ରାତ୍ର ଭୋଜନ କରି ସାରିବା ପରେ ରମେଶ ଘରେ ଶୋଇଥିଲେ । ହେଲେ ଭୋରରୁ ସେ ଶୋଇଥିବା ଘରେ ଲାଗିଥିବା ଫ୍ୟାନ୍‌ରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପରିବାର ଲୋକେ ଏହା ଦେଖି ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ।   ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisment

ରମେଶ ବଳ ରାଉରକେଲା ସହରରେ ଜଣେ ପରିଚିତ ବ୍ୟକ୍ତି । ସେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଥର ରାଉରକେଲା ବାର ଆସୋସିସନର ସଭାପତି ପଦ ସମ୍ଭାଳିଥିଲେ ।  କେବଳ ସେତିକି ନୁହେଁ ସେ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ ଓ ଜଣେ ସାମାଜିକ କର୍ମୀ ଥିଲେ। ତେଣୁ ତାଙ୍କ ମୃତ୍ୟୁ ଖବର ପ୍ରଚାରତ ହେବା ପରେ ତାଙ୍କ ବାସଭବନ ସମ୍ମୁଖରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ପୁଲିସ୍‌ ତଦନ୍ତ ସମୟରେ ରମେଶଙ୍କ ରୁମ୍‌ରୁ ଏକ ସୁଇସାଇଡାଲ ନୋଟ ଜବତ କରିଛି। ଏହି ନୋଟ୍‌ରେ ସେ ନିଜ ଆତ୍ମହତ୍ୟା ପାଇଁ କାହାକୁ ଦାୟୀ କରି ନାହାନ୍ତି। ପାରିବାରିକ ଅଶାନ୍ତି ସମେତ ସ୍ୱାସ୍ଥ୍ୟ ଭଲ ରହୁ ନ ଥିବା ବେଳେ ଏକ ଭୁଲ୍‌ ନିଷ୍ପତ୍ତି ପାଇଁ ୩ କୋଟି କ୍ଷତି ହୋଇ ଯାଇଥିବା ସେ ନିଜ ନୋଟ୍‌ରେ ଉଲ୍ଲେଖ କରିଛନ୍ତି।

ଏନେଇ ସେ ଲେଖିଛନ୍ତି, ବଡ଼ ପୁଅର ଆମ ସହ ଭଲ ସମ୍ପର୍କ ନାହିଁ । ବିବାହ କରି ସେ ଆମଠୁ ଦୂରରେ ରହୁଛି। ମୋ’ର ଡାଇବେଟିସ୍‌ ଓ ବ୍ଲଡପ୍ରେସର ଥିବା ବେଳେ କିଡନୀ ଇନଫେକସନ୍‌ ବି ରହିଛି।  ତେଣୁ ଓଜନ ପ୍ରାୟ ୧୫ କେଜି କମିଗଲାଣି। ମୋ’ ପାଖରେ କେହି ରହିବାକୁ ଭଲ ପାଉ ନାହାନ୍ତି। ଏପରିକି ମୋ’ ସ୍ୱାସ୍ଥ୍ୟାବସ୍ଥା ପାଇଁ ମୋ’ ପତ୍ନୀ, ଶାଶୁ ଓ ଦେଢଶାଶୁ ବହୁତ ହଇରାଣ ହେଉଛନ୍ତି। ତେଣୁ ଜୀବନ ପ୍ରତି ବିତୃଷ୍ଣା ଭାବ ଆସିବାକୁ ଏପରି ପଦକ୍ଷେପ ନେଉଥିବା ରମେଶ ବଳ ନିଜ ସୁଇସାଇଡାଲ ନୋଟ୍‌ରେ ଉଲ୍ଲେଖ କରିଛନ୍ତି ।