Advertisment

ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଭୁବନେଶ୍ୱର ସ୍ଥିତ ଓୟୁଏଟିର ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ମୃତଦେହ। ତାଙ୍କ ନାଁ ବାସନ୍ତୀ ଜେନା। ତାଙ୍କ ସ୍ୱାମୀ ଦେବୀପ୍ରସନ୍ନ ଦାସ ମଧ୍ୟ ଓୟୁଏଟିରେ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି। ଗତକାଲି ରାତିରେ ଏହି ଘଟଣା ଘଟିଥିବା ବେଳେ ମୃତ୍ୟୁ କାରଣ ସ୍ପଷ୍ଟ ହୋଇନି। ଦେବୀପ୍ରସନ୍ନ କହିଛନ୍ତି, ଗତକାଲି ବାସନ୍ତୀ ସ୍ୱାଭାବିକ ଥିଲେ। ଅଫିସ୍‌ ମଧ୍ୟ ଯାଇଥିଲେ। ଅଫିସରୁ ରାତି ୮ଟାରେ ଫେରିବା ପରେ ମୁଁ ପୁଅକୁ ଧରି ବାହାରକୁ […]

author-image
Niharika Rout
ଅଦ୍ୟତନ ହୋଇଛି
ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ouat professor

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଭୁବନେଶ୍ୱର ସ୍ଥିତ ଓୟୁଏଟିର ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ମୃତଦେହ। ତାଙ୍କ ନାଁ ବାସନ୍ତୀ ଜେନା। ତାଙ୍କ ସ୍ୱାମୀ ଦେବୀପ୍ରସନ୍ନ ଦାସ ମଧ୍ୟ ଓୟୁଏଟିରେ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି। ଗତକାଲି ରାତିରେ ଏହି ଘଟଣା ଘଟିଥିବା ବେଳେ ମୃତ୍ୟୁ କାରଣ ସ୍ପଷ୍ଟ ହୋଇନି।

Advertisment

ଦେବୀପ୍ରସନ୍ନ କହିଛନ୍ତି, ଗତକାଲି ବାସନ୍ତୀ ସ୍ୱାଭାବିକ ଥିଲେ। ଅଫିସ୍‌ ମଧ୍ୟ ଯାଇଥିଲେ। ଅଫିସରୁ ରାତି ୮ଟାରେ ଫେରିବା ପରେ ମୁଁ ପୁଅକୁ ଧରି ବାହାରକୁ ବୁଲିବାରୁ ଯାଇଥିଲି। ଫେରିବା ପରେ ଗେଟ୍‌ରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲି। କିଛି ସମୟ ପର୍ଯ୍ୟନ୍ତ ବାସନ୍ତୀ ଗେଟ୍‌ ନ ଖୋଲିବାରୁ ପାଚେରି ଡେଇଁ ଭିତରକୁ ଯାଇଥିଲି ଓ ତାଙ୍କ ମୃତଦେହ ଝୁଲୁଥିବା ଦେଖିଥିଲି।

[caption id="attachment_713009" align="aligncenter" width="650"]ouat ସ୍ୱାମୀଙ୍କ ସହ ବାସନ୍ତୀ। (ଫାଇଲ ଫଟୋ)[/caption]

Advertisment

ସେ ଆହୁରି କହିଛନ୍ତି, ଆମ ବିବାହକୁ ୧୦ ବର୍ଷ ହୋଇ ସାରିଥିବା ବେଳେ ଏକ ୬ ବର୍ଷର ପୁଅ ଅଛି। ଉଭୟ ସାଙ୍ଗ ହୋଇ ପଢୁଥିଲୁ। ଏକା ସାଙ୍ଗରେ ଚାକିରି ବି କରିଥିଲୁ। ଆମେ ପ୍ରେମ ବିବାହ କରିଥିଲୁ। ଆମ ଉପରେ ଚାପ ବୋଲି କିଛି ନ ଥିବା ବେଳେ ପୁଅର ସାମାନ୍ୟ ସମସ୍ୟା ଥିଲା, ଯାହାକୁ ନେଇ ସେ ଅଧିକାଂଶ ସମୟରେ ଚିନ୍ତାଗ୍ରସ୍ତ ରହୁଥିଲା। ଏହାବ୍ୟତୀତ ଆଉ କିଛି ସମସ୍ୟା ନ ଥିଲା ବୋଲି କହିଛନ୍ତି ଦେବୀପ୍ରସନ୍ନ।

ସେ ଆହୁରି କହିଛନ୍ତି, ବାସନ୍ତୀଙ୍କ ଫୋନ୍‌ରୁ ଲାଷ୍ଟ କଲ୍‌ ୧୦୦କୁ ଯାଇଛି। ହୁଏତ ସେ ପୁଲିସ୍‌କୁ କିଛି କହିବାକୁ ଚାହୁଁଥିଲେ।

ଦେବୀପ୍ରସନ୍ନଙ୍କ ଠାରୁ ଖବର ପାଇ ଖଣ୍ଡଗିରି ପୁଲିସ୍‌ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବାସନ୍ତୀଙ୍କର ଏକ ଶିଶୁ ପୁତ୍ର ଥିବା ବେଳେ କେଉଁ ପରିସ୍ଥିତିରେ ସେ ଏପରି ଚରମ ପଦକ୍ଷେପ ନେଲେ, ତାହାର ଖୋଳତାଡ଼ କରୁଛି ପୁଲିସ୍‌। ପୁଲିସ୍‌ ତାଙ୍କ ନିକଟ ସମ୍ପର୍କୀୟ ଓ ପଡ଼ୋଶୀମାନଙ୍କଠାରୁ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି।

Bhubaneswar News Suicide