ହରିହର କରଣଙ୍କ ମୃତ୍ୟୁକୁ ନେଇ ପୁଅ କହିଲେ ଏମିତି କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ କଂଗ୍ରେସ ନେତା ହରିହର କରଣଙ୍କ ପରଲୋକକୁ ନେଇ ତାଙ୍କ ପୁଅ ରାଜେଶ କରଣ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଆପୋଲୋ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ପରେ ବାପାଙ୍କୁ ସ୍ଥାନାନ୍ତର ଓ ଆବଶ୍ୟକ ଚିକିତ୍ସା ମିଳିବାରେ ଡେରି ପାଇଁ ମୃତ୍ୟୁ ହୋଇଥାଇ ପାରେ। ସେ କହିଛନ୍ତି,“ ଗତ ୩ ସପ୍ତାହ ତଳେ ବାପା ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଶନିବାର ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଯୋଗୁ ତାଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତର ଯୋଗୁ […]

harihara

harihara

Rakesh Mallick
  • Published: Monday, 04 February 2019
  • Updated: 04 February 2019, 02:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ କଂଗ୍ରେସ ନେତା ହରିହର କରଣଙ୍କ ପରଲୋକକୁ ନେଇ ତାଙ୍କ ପୁଅ ରାଜେଶ କରଣ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଆପୋଲୋ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ପରେ ବାପାଙ୍କୁ ସ୍ଥାନାନ୍ତର ଓ ଆବଶ୍ୟକ ଚିକିତ୍ସା ମିଳିବାରେ ଡେରି ପାଇଁ ମୃତ୍ୟୁ ହୋଇଥାଇ ପାରେ।

ସେ କହିଛନ୍ତି,“ ଗତ ୩ ସପ୍ତାହ ତଳେ ବାପା ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଶନିବାର ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଯୋଗୁ ତାଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତର ଯୋଗୁ ସେ ୫ ଘଣ୍ଟା ଭେଣ୍ଟିଲେଟର ସୁବିଧା ପାଇ ନଥିଲେ। ଦୁଇ ହସ୍ପିଟାଲ ମଧ୍ୟରେ ସମନ୍ୱୟ ଅଭାବରୁ ବିଳମ୍ବ ହେଲା। ଏହି ଅବହେଳା ବାପାଙ୍କ ମୃତ୍ୟୁର ଅନ୍ୟତମ କାରଣ ହୋଇଥାଇପାରେ।”

ସୂଚନାଯୋଗ୍ୟ, ଗତ ଶନିବାର ଆପୋଲୋ ହସ୍ପିଟାଲରେ ନିଆଁ ଲାଗିଥିଲା। ଏହାପରେ ୩ଟି ଆଇସିୟୁର ୨୬ ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତର ପରେ ଗତକାଲି ଭୁବନେଶ୍ୱରର ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଦୁଇ ଅଭିଯୋଗକୁ ନେଇ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos