Advertisment

‘ଭଲ କବିତାର ଖୋଜ’ ପକ୍ଷରୁ ଆଲୋଚନାଚକ୍ର

ବାଲେଶ୍ୱର(ରଞ୍ଜିତ ପାକଳ): ‘ଭଲ କବିତାର ଖୋଜ’ ପକ୍ଷରୁ ବିଶିଷ୍ଟ ସାରସ୍ୱତ ସାଧକ କବି ହରିହର ମିଶ୍ରଙ୍କ ସାହିତ୍ୟ କୃତି ସମ୍ପର୍କରେ ଏକ ଆଲୋଚନାଚକ୍ର ଗୁରୁବାର ଦିନ ବାଲେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଥର ଜଣେ ବିଶିଷ୍ଟ କବିଙ୍କୁ ଉତ୍ସର୍ଗ କରାଯାଉଥିବା ଏହି ଆସରରେ ସଂପୃକ୍ତ କବିଙ୍କ କବିତା ପଢ଼ାଯିବା ସହ ତାଙ୍କ କବିତା ସମ୍ପର୍କରେ ସାମଗ୍ରିକ ଆଲୋଚନା କରାଯାଇଥାଏ। ଏଥରର ଆସରରେ ଆଲୋଚକ ଭାବେ ଯୋଗଦେଇଥିଲେ ବିଶିଷ୍ଟ ପ୍ରାବନ୍ଧିକ ତଥା ଅବସରପ୍ରାପ୍ତ ପ୍ରଫେସର ହରିଶ୍ଚନ୍ଦ୍ର ବେହେରା, ନବୋଦୟ ବିଦ୍ୟାଳୟ […]

‘ଭଲ କବିତାର ଖୋଜ’ ପକ୍ଷରୁ ଆଲୋଚନାଚକ୍ର

harihar-mishras-poetry-discussed-in-a-special-session-in-baleswar

Advertisment

ବାଲେଶ୍ୱର(ରଞ୍ଜିତ ପାକଳ): ‘ଭଲ କବିତାର ଖୋଜ’ ପକ୍ଷରୁ ବିଶିଷ୍ଟ ସାରସ୍ୱତ ସାଧକ କବି ହରିହର ମିଶ୍ରଙ୍କ ସାହିତ୍ୟ କୃତି ସମ୍ପର୍କରେ ଏକ ଆଲୋଚନାଚକ୍ର ଗୁରୁବାର ଦିନ ବାଲେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଥର ଜଣେ ବିଶିଷ୍ଟ କବିଙ୍କୁ ଉତ୍ସର୍ଗ କରାଯାଉଥିବା ଏହି ଆସରରେ ସଂପୃକ୍ତ କବିଙ୍କ କବିତା ପଢ଼ାଯିବା ସହ ତାଙ୍କ କବିତା ସମ୍ପର୍କରେ ସାମଗ୍ରିକ ଆଲୋଚନା କରାଯାଇଥାଏ।

Advertisment

ଏଥରର ଆସରରେ ଆଲୋଚକ ଭାବେ ଯୋଗଦେଇଥିଲେ ବିଶିଷ୍ଟ ପ୍ରାବନ୍ଧିକ ତଥା ଅବସରପ୍ରାପ୍ତ ପ୍ରଫେସର ହରିଶ୍ଚନ୍ଦ୍ର ବେହେରା, ନବୋଦୟ ବିଦ୍ୟାଳୟ ଅଧ୍ୟାପକ ରାଧା ରଞ୍ଜନ ପଟ୍ଟନାୟକ ଓ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ସନ୍ତୋଷ କୁମାର ନାୟକ। ପ୍ରାରମ୍ଭରେ ‘ଭଲ କବିତାର ଖୋଜ’ର ଅନ୍ୟତମ ଆବାହକ କବି କୃଷ୍ଣ କୁମାର ମହାନ୍ତି ଅତିଥିଙ୍କୁ ସ୍ୱାଗତ କରିବା ସହିତ କବି ହରିହର ମିଶ୍ରଙ୍କ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ପରେ ଆବାହକ କବି ଶ୍ରୀଦେବ ଆଲୋଚ୍ୟ କବିଙ୍କ କବିତା ସମ୍ପର୍କରେ ନିଜସ୍ୱ ମତ ରଖିବା ସହ ବାଲେଶ୍ୱରର ସହ ତାଙ୍କ ସମ୍ପର୍କ ବିଷୟରେ ସ୍ମୃତିଚାରଣ କରିଥିଲେ।

କବି ହରିହର ମିଶ୍ରଙ୍କ କବିତାରେ ରହସ୍ୟବାଦର ପ୍ରୟୋଗ ଦେଖିବାକୁ ମିଳିଥାଏ। ଏହି କାରଣରୁ ହୁଏତ ତାଙ୍କ କବିତାର ବୋଧଗମ୍ୟତା ନେଇ ପ୍ରଶ୍ନବାଚୀ ଉଠିପାରେ। କିନ୍ତୁ ତାଙ୍କ କବିତା ଦୁର୍ବୋଧ୍ୟ ନୁହେଁ, ନ୍ୟାରେଟିଭ ବୋଲି ଆଲୋଚକ ଡକ୍ଟର ବେହେରା ମତ ପ୍ରକାଶ କରିଥିଲେ। ତା’ପରେ ଅନ୍ୟ ଅତିଥିମାନେ କବିଙ୍କ ସାରସ୍ୱତ ସାଧନା ଉପରେ ଆଲୋକପାତ କରିଥିଲେ। ଏହି ଆସରରେ ‘ପରିଚୟ’ ପତ୍ରିକାର ସମ୍ପାଦିକା ଅରୁଣା ରାୟ ଓ ‘ସମୟ’ର ଜିଲ୍ଲା ପ୍ରତିନିଧି ତଥା କବି ରଞ୍ଜନ ବାଗ ପ୍ରମୁଖ ଉପସ୍ଥିତ ରହି ‘ପକ୍ଷୀଘର’ ପୂଜାସଂଖ୍ୟାରୁ କବିଙ୍କ କବିତା ପାଠ କରିଥିଲେ। ଶେଷରେ ଆବାହକ ମହାନ୍ତି ନିଜର ଅଭିମତ ରଖିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe