ଦଶତୁଠରେ ମା’ ଶୁଦ୍ଧିକ୍ରିୟା ଚାଲିଥିଲା, ଘରୁ ଖବର ଆସିଲା ବାପା ଚାଲିଗଲେ ଆସ

ଭଦ୍ରକ(ପାର୍ଥସାରଥୀ ନାୟକ): ମାଆର ଶୁଦ୍ଧିକ୍ରିୟା ପାଇଁ ଘାଟରେ ବସିଥିଲେ ପରିବାର ଲୋକେ। ଯାହା ଭିତରେ ଥିଲେ ୨ ବର୍ଷର ପୁଅ ଓ ୫ ବର୍ଷର ଝିଅ।  ବନ୍ଧୁ ପରିଜନଙ୍କ ଭିତରୁ ଅନେକ ଚୁଟି ଦେବା ସହ ଲଣ୍ଡା ହୋଇସାରିଥିଲେ। ଆଉ କିଛି କ୍ଷୌର ହେଉଥିଲେ।  ଡାକାରା ପଡିଲା ଘରକୁ ଆସ, ବାପା ଚାଲିଗଲେ। ଏମିତି ଏକ ହୃଦୟ ବିଦାରକ ଘଟଣା ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ବଣିଆ ପଞ୍ଚାୟତର ପେଡାସାହିରେ ଘଟିଛି। ମା’ ମୃତ୍ୟର ଦଶଦିନ ବାପାର […]

death

death

Niranjan Mishra
  • Published: Friday, 02 September 2022
  • Updated: 02 September 2022, 07:53 PM IST

Sports

Latest News

ଭଦ୍ରକ(ପାର୍ଥସାରଥୀ ନାୟକ): ମାଆର ଶୁଦ୍ଧିକ୍ରିୟା ପାଇଁ ଘାଟରେ ବସିଥିଲେ ପରିବାର ଲୋକେ। ଯାହା ଭିତରେ ଥିଲେ ୨ ବର୍ଷର ପୁଅ ଓ ୫ ବର୍ଷର ଝିଅ।  ବନ୍ଧୁ ପରିଜନଙ୍କ ଭିତରୁ ଅନେକ ଚୁଟି ଦେବା ସହ ଲଣ୍ଡା ହୋଇସାରିଥିଲେ। ଆଉ କିଛି କ୍ଷୌର ହେଉଥିଲେ।  ଡାକାରା ପଡିଲା ଘରକୁ ଆସ, ବାପା ଚାଲିଗଲେ। ଏମିତି ଏକ ହୃଦୟ ବିଦାରକ ଘଟଣା ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ବଣିଆ ପଞ୍ଚାୟତର ପେଡାସାହିରେ ଘଟିଛି। ମା’ ମୃତ୍ୟର ଦଶଦିନ ବାପାର ମୃତ୍ୟୁ ହେବା ତାଙ୍କ ଦୁଇ ଶିଶୁଙ୍କ ସମେତ ବନ୍ଧୁପରିଜନଙ୍କୁ ଶୋକର ସାଗରେ ଭସାଇ ଦେଇଛି। ମୃତ ଦମ୍ପତି ହେଲେ ନରହରି ପେଡା ଓ ଇତିଶ୍ରୀ ପେଡ଼ା।

ଗାଁ ଦାଣ୍ଡରେ ସ୍ତ୍ରୀ ପରେ ସ୍ୱାମୀର କୋକେଇ ବନ୍ଧା ହେବା ବେଳେ କାନ୍ଦ ବୋବାଳିରେ ପରିବେଶ ଶୋକାକୁଳ ହୋଇପଡ଼ିଥିଲା। ଏହି ସମୟରେ ଗୁମୁରି କାନ୍ଦୁଥିଲା ଝିଅ। ଝିଅ ସିନା ବାପା ଓ ମାଆଙ୍କ ମୃତ୍ୟୁକୁ ଅନୁଭବ କରିପାରୁଛି, କିନ୍ତୁ ପୁଅ ଜାଣି ପାରୁନାହିଁ, କେବଳ ଖୋଜୁଛି କୁଆଡ଼େ ଗଲା ମୋ ମା’ ଓ ବାପା। ଦୁରାରୋଗ ଏହି ଦମ୍ପତିଙ୍କ ଜୀବନ ନେଇଛି।

ସେପଟେ ଶୁଦ୍ଧିକ୍ରିୟା ପାଇଁ ଗ୍ରାମର ଲୋକେ ଏକାଠି ହୋଇ ଚାନ୍ଦା ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ପରିବାର ଲୋକଙ୍କ ସୂଚନା ମୁତାବକ, ସ୍ୱାମୀ ଡ୍ରାଇଭିଂ କରି ଯାହା ଟଙ୍କା ରୋଜଗାର କରୁଥିଲେ ସେଥିରେ ଘର ଚାଲୁଥିଲା। ୪ ପ୍ରାଣୀ କୁଟୁମ୍ବ ହସଖୁସୀରେ ଚଳି ଯାଉଥିଲେ। ହେଲେ ପ୍ରଥମେ ନରହରି ମଧୁମେହରେ ପଡ଼ି ଅସୁସ୍ଥ ହୋଇଥିଲେ। ତାଙ୍କର ଦୁଇଟି ଯାକ କିଡ୍‌ନୀ ନଷ୍ଟ ହୋଇଯାଇଥିଲା। ଯାହା ଯେତିକି ସଞ୍ଚୟ ଥିଲା, ସବୁ କିଛି ଡାକ୍ତରୀ ଚିକିତ୍ସାରେ ସରିଗଲା। ତେଣୁ ପରିବାର ଲୋକେ ଢୋକେ ପିଅ ଦଣ୍ଡେ ଜୀଇଁ ବା ଭଳି ସ୍ଥିତିରେ ଥିଲେ। ସରକାରୀ ସହାୟତା କହିଲେ କେବଳ ରାସନକାର୍ଡ ସମ୍ବଳ ଥିଲା। ସାହି ପଡିଶା ଲୋକେ ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ବଡମେଡିକାଲ ନେଇଥିଲେ। ହେଲେ ଅବସ୍ଥା ଗୁରୁତର ଆଡ଼କୁ ଗତି କରିଥିଲା। ସେ ଶଯ୍ୟାଶାୟୀ ଥିବା ବେଳେ ଏହି ସମୟରେ ମାନସୀକ ଚିନ୍ତାରେ ଥିବା ତାଙ୍କ ସ୍ତ୍ରୀ ଇତିଶ୍ରୀ ହଠାତ୍ ଟିବି  ରୋଗରେ ପଡ଼ିଥିଲେ। ଟଙ୍କା ଅଭାବରୁ ଚିକିତ୍ସା କରାଇ ନ ପାରି ଗତମାସ ୨୪ ତାରିଖରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଆଜି ଦଶାହକର୍ମ ପାଇଁ ସମସ୍ତେ ନଦୀ ଘାଟରେ ଥିବା ବେଳେ ସ୍ୱାମୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ଏବେ ବାପା ଓ ମାଆ ଛେଉଣ୍ଡ ଦୁଇ ପିଲାଙ୍କୁ ସୁରକ୍ଷା ଓ ଯତ୍ନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦାରିଦ୍ର୍ୟର ତାଡନା ସାଙ୍ଗକୁ ଦୁଇ ନାବାଳକ ଶିଶୁ ଲାଳନପାଳନ ଦାୟିତ୍ୱ ଏବେ ବୃଦ୍ଧ ଜେଜେବାପା କାର୍ତ୍ତିକ ପେଡାଙ୍କ ଉପରେ ପଡ଼ିଛି। ବୃଦ୍ଧ ଅବସ୍ଥାରେ ନିଜର ସେବାଯତ୍ନ ନିମନ୍ତେ ଅନ୍ୟ ଉପରେ ନିର୍ଭର କରୁଥିବା କାର୍ତ୍ତିକ ପରିସ୍ଥିତି ଦେଖି ନିର୍ବାକ ପାଲଟି ଯାଇଛନ୍ତି।

ତେବେ ଏନେଇ ଖବର ପାଇବା ପରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଏହି ପରିବାରକୁ ରେଡକ୍ରସରୁ ୧୦ ହଜାର ଟଙ୍କା ସହାୟତା ଯୋଗାଇଦେବେ ବୋଲି କହିଛନ୍ତି। ଏଥିସହ ଅସହାୟ ହୋଇପଡ଼ିଥିବା ଝିଅ ଓ ପୁଅର ରହିବା ପାଇଁ ସ୍ଥାନୀୟ ଆଶ୍ରମ ସ୍କୁଲର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story