Advertisment

ଡ୍ରଗ୍ସ ମାଫିଆ ରାଜା ଲିଙ୍କରେ ହାବିଲ୍‌ଦାର ଗିରଫ

ବାଲେଶ୍ୱର(ରଶ୍ମିରଞ୍ଜନ ଦାଶ): ଡ୍ରଗ୍ସ ମାଫିଆ ସେକ୍‌ ରାଜା ସହ ଲିଙ୍କ ଅଭିଯୋଗରେ ଗିରଫ ହେଲେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରଞ୍ଜନ ସାହୁ। ତାଙ୍କୁ ସ୍ପେଶାଲ ଟାକ୍ସ ଫୋର୍ସ(ଏସ୍‌ଟିଏଫ୍‌) ଗିରଫ କରିଛି। ପରେ ତାଙ୍କୁ ବାଲେଶ୍ୱର ଡିଷ୍ଟ୍ରିକ୍‌ ଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ତା’ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ଦୁଇ ଦିନ ତଳେ ତାଙ୍କୁ ସେକ୍ ରାଜା ସହ ଲିଙ୍କ୍ ଅଭିଯୋଗରେ ବାଲେଶ୍ୱର ଏସ୍‌ପି ନିଲମ୍ବିତ କରିଥିଲେ। ଡ୍ରଗ୍ସ କାରବାର ସମ୍ପର୍କରେ ରଞ୍ଜନଠାରୁ […]

ଡ୍ରଗ୍ସ ମାଫିଆ ରାଜା ଲିଙ୍କରେ ହାବିଲ୍‌ଦାର ଗିରଫ

balasotre

Advertisment

ବାଲେଶ୍ୱର(ରଶ୍ମିରଞ୍ଜନ ଦାଶ): ଡ୍ରଗ୍ସ ମାଫିଆ ସେକ୍‌ ରାଜା ସହ ଲିଙ୍କ ଅଭିଯୋଗରେ ଗିରଫ ହେଲେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରଞ୍ଜନ ସାହୁ। ତାଙ୍କୁ ସ୍ପେଶାଲ ଟାକ୍ସ ଫୋର୍ସ(ଏସ୍‌ଟିଏଫ୍‌) ଗିରଫ କରିଛି। ପରେ ତାଙ୍କୁ ବାଲେଶ୍ୱର ଡିଷ୍ଟ୍ରିକ୍‌ ଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ତା’ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ଦୁଇ ଦିନ ତଳେ ତାଙ୍କୁ ସେକ୍ ରାଜା ସହ ଲିଙ୍କ୍ ଅଭିଯୋଗରେ ବାଲେଶ୍ୱର ଏସ୍‌ପି ନିଲମ୍ବିତ କରିଥିଲେ। ଡ୍ରଗ୍ସ କାରବାର ସମ୍ପର୍କରେ ରଞ୍ଜନଠାରୁ  ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବ ବୋଲି ଏସ୍‌ଟିଏଫ୍‌ ଆଶା କରିଛି।

Advertisment

ଗତ ୧୬ ତାରିଖରେ ରାଜାକୁ ଭୁବନେଶ୍ୱରରୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଗିରଫ କରିଥିଲା। ତଦନ୍ତ ବେଳେ ରାଜାର ବିଦେଶ ଲିଙ୍କ୍ ରହିଥିବା ଘଟଣା ସାମ୍ନାକୁ ଆସିଥିଲା। ରାଜା ବାଂଲାଦେଶ, ନେପାଳ, ରାଜସ୍ଥାନ, ଗୋଆ ଅଞ୍ଚଳରେ ବ୍ରାଉନସୁଗାର କାରବାର କରୁଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଥିଲା।

ରାଜା ଗିରଫ ହେବା ପରେ ଏସ୍‌ଟିଏଫ୍‌ ତାଙ୍କ ଭାଉଜ ସନଓ୍ୱାର ବିବି ରହୁଥିବା ବାଲେଶ୍ୱର ଅରଡବଜାର ସ୍ଥିତ ଘରେ ଚଢ଼ଉ କରିଥିଲା। ତେବେ ଘର ଚାରିପାଖରେ ସିସିଟିଭି ଲାଗିଥିବାରୁ ପୁଲିସର ଗତିବିଧି ଦେଖି ସନଓ୍ୱାର ବିବି ଫେରାର ହୋଇଯାଇଛି। ପୁଲିସ ଚଢ଼ଉ ବେଳେ ଘରୁ ସିସିଟିଭି ସହ ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe