Advertisment

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ: କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ପଠାଇଛନ୍ତି ଚିଠି

ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ୍ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିନି ସମ୍ପୂର୍ଣ୍ଣ ପ୍ରସ୍ତାବ, ଆସିଲେ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ଜବାବ ରଖିଥିବାରୁ ଏଭଳି ଆଶା ସଂଚାର ହୋଇଛି।

ଅଦ୍ୟତନ ହୋଇଛି
sures pujari and Union Law Minister Kiren Rijiju

sures pujari and Union Law Minister Kiren Rijiju

Advertisment

ଟେକ୍ନୋଲୋଜି ଉପଯୋଗରେ କୋର୍ଟ କାର୍ଯ୍ୟ ସମ୍ଭବପର ହୋଇପାରୁଥିବାବେଳେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନର ଯଥାର୍ଥତା ନାହିଁ ବୋଲି ସୁପ୍ରିମକୋର୍ଟ ଦେଇଥିବା ରାୟ ପରେ ପଶ୍ଚିମଓଡ଼ିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗ ଆଶା ମଉଳି ଯାଇଥିଲା । କିନ୍ତୁ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜ୍ଜୁ ଆଜି ଲୋକସଭାରେ ଶୂନ୍ୟକାଳରେ ପଶ୍ଚିମଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି । ରାଜ୍ୟ ସରକାର ବିଧିବଦ୍ଧ ପ୍ରସ୍ତାବ ପଠାଇଥିଲେ, କେନ୍ଦ୍ର ସରକାର ତା’ଉପରେ ପଦକ୍ଷେପ ନେବେ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ଶ୍ରୀ ରିଜ୍ଜୁ କହିଛନ୍ତି ।

Advertisment

ଆଜି ଲୋକସଭାରେ ସାଂସଦ ସୁରେଶ ପୂଜାରୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଆଇନ ମନ୍ତ୍ରୀ ଶ୍ରୀ ରିଜ୍ଜୁ କହିଛନ୍ତି ଯେ, ଓଡ଼ିଶା ସରକାର ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଭାଗରେ ସ୍ଥାୟୀ ବେଂଚ ସ୍ଥାପନ ନିମନ୍ତେ ଦାବି ଜଣାଇଛନ୍ତି । କିନ୍ତୁ ଏନେଇ କୌଣସି ବିସ୍ତୃତ ପ୍ରସ୍ତାବ ଦେଇନାହାନ୍ତି । ହାଇକୋର୍ଟଙ୍କ ସହ ଏ ସମ୍ପର୍କରେ ଆଲୋଚନା କରି ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି । ଗତବର୍ଷ ଏପ୍ରିଲ ମାସରେ ସେ ନିଜେ ଏନେଇ ଚିଠି ମଧ୍ୟ ଲେଖିଥିଲେ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନି । ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରି ଭିତ୍ତିଭୂମି ସୁବିଧା ଓ ବଜେଟ୍ ଆଦି ସମ୍ପର୍କରେ ବିସ୍ତୃତ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ିବ । ହାଇକୋର୍ଟଙ୍କ ସହମତି ସହ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଆସିଲେ ଆଧାରରେ ହିଁ କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି ଶ୍ରୀ ରିଜ୍ଜୁ କହିଛନ୍ତି ।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରିଜ୍ଜୁ ମଧ୍ୟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ଏକ ପ୍ରଶ୍ନର ଉତ୍ତରରେ ଅନୁରୂପ ପ୍ରତିକ୍ରିୟା ଦେଇଥିଲେ । ଯଶବନ୍ତ ସିଂହ କମିଶନଙ୍କ ସୁପାରିଶ ଓ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ହାଇକୋର୍ଟ ବେଂଚ ସ୍ଥାପନ କରାଯାଉଛି ବୋଲି ଶ୍ରୀ ରିଜ୍ଜୁ ସେତେବେଳେ ମତ ଦେଇଥିଲେ ।

Advertisment
High Court Bench Latterହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ଆଇନମନ୍ତ୍ରୀ ପଠାଇଥିବା ଉତ୍ତର ଚିଠି।
High Court Bench
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe