ପିସିସିଏଫଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା, କହିଲେ- ନିଲମ୍ବିତ ୩ ବନ କର୍ମଚାରୀଙ୍କ ବିରୋଧରେ କାହିଁକି ମାମଲା ହୋଇନି?

କଟକ (ଓଡ଼ିଶା ରିପୋର୍ଟର): ଯେଉଁମାନେ ସୁରକ୍ଷା ଦେବାକୁ ନିୟୋଜିତ ହୋଇଥିଲେ, ସେମାନେ ସୁରକ୍ଷା ତ ଦେଇ ପାରିଲେନି, ଓଲଟି ତ୍ରୁଟି ଲୁଚାଇବାକୁ କଲେ ଅପରାଧ। ନିଜ ଚାକିରି ବଞ୍ଚାଇବାକୁ ଶିକାରୀ ମାରି ଦେଇଥିବା ହାତୀକୁ ପୋଡ଼ି ଦେଇଥିଲେ ସେମାନେ। ତା’ପରେ ହାତୀର ହାଡ଼ଗୁଡ଼ିକୁ ନଦୀରେ ଭସାଇ ଦେଇଥିଲେ। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ହାତୀଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା କିଛି ବନ କର୍ମଚାରୀ ଘଟାଇଛନ୍ତି ଏହି କାଣ୍ଡ।  ଏଥିପାଇଁ  ୩ ବନ କର୍ମଚାରୀଙ୍କୁ ନିଲମ୍ବନ କରି ବନ […]

high-court

high-court

Niharika Rout
  • Published: Tuesday, 13 December 2022
  • Updated: 13 December 2022, 02:50 PM IST

କଟକ (ଓଡ଼ିଶା ରିପୋର୍ଟର): ଯେଉଁମାନେ ସୁରକ୍ଷା ଦେବାକୁ ନିୟୋଜିତ ହୋଇଥିଲେ, ସେମାନେ ସୁରକ୍ଷା ତ ଦେଇ ପାରିଲେନି, ଓଲଟି ତ୍ରୁଟି ଲୁଚାଇବାକୁ କଲେ ଅପରାଧ। ନିଜ ଚାକିରି ବଞ୍ଚାଇବାକୁ ଶିକାରୀ ମାରି ଦେଇଥିବା ହାତୀକୁ ପୋଡ଼ି ଦେଇଥିଲେ ସେମାନେ। ତା’ପରେ ହାତୀର ହାଡ଼ଗୁଡ଼ିକୁ ନଦୀରେ ଭସାଇ ଦେଇଥିଲେ। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ହାତୀଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା କିଛି ବନ କର୍ମଚାରୀ ଘଟାଇଛନ୍ତି ଏହି କାଣ୍ଡ।  ଏଥିପାଇଁ  ୩ ବନ କର୍ମଚାରୀଙ୍କୁ ନିଲମ୍ବନ କରି ବନ ବିଭାଗ ନିଜ ଦାୟିତ୍ୱ ସାରି ଦେଇଥିବା ବେଳେ ସେମାନଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହୋଇ ନାହିଁ ବୋଲି ପଚାରିଛନ୍ତି ହାଇକୋର୍ଟ। ଏହା ସହିତ ଏହି ପ୍ରସଙ୍ଗରେ ପିସିସିଏଫ ଓ ଜେଟିଏଫ(ଜଏଣ୍ଟ ଟାସ୍କ ଫୋର୍ସ)ଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ହାଇକୋର୍ଟ।

ଗତ ୧୦ ତାରିଖରେ ଶିମିଳିପାଳର ନଅଣା ରେଞ୍ଜରୁ ଏକ ହାତୀର ଜୀବାଶ୍ମ ଉଦ୍ଧାର ହୋଇଥିଲା। ଶିକାରୀଙ୍କ ହାତରେ ପ୍ରାଣ ହରାଇଥିବା ଏହି ଦନ୍ତାକୁ ଅଭିଯୁକ୍ତ ବନ କର୍ମଚାରୀମାନେ ପୋଡ଼ି ହାଡ଼ ଆଦିକୁ ନଦୀରେ ଭସାଇ ଦେଇଥିଲେ। ଏହା ପ୍ରାୟ ମାସେ ପୂର୍ବର ଘଟଣା ହୋଇଥିବା ବେଳେ ଗତ ୧୦ ତାରିଖରେ ଏହା ଲୋକଲୋଚନକୁ ଆସିଥିଲା।

ଏହି ଘଟଣାକୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ତୁରନ୍ତ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଶିମିଳିପାଳ ଆରସିସିଏଫ ଟି. ଅଶୋକ କୁମାର। ଏହି ଘଟଣାରେ ୩ ବନ କର୍ମଚାରୀ ସମ୍ପୃକ୍ତ ଥିବା ତଦନ୍ତରୁ ଜଣା ପଡ଼ିଥିବା ବେଳେ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସେମାନେ ମୃତ ହାତୀକୁ ପୋଡ଼ିଥିଲେ ବୋଲି ସ୍ୱୀକାର କରିଛନ୍ତି। କିନ୍ତୁ ହାତୀକୁ ମାରି ନଥିବା କହିଛନ୍ତି। ହାତୀ ଶିକାର କଥା ପ୍ରଘଟ ହୋଇଗଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଭୟରେ ସେମାନେ ମୃତ ହାତୀକୁ ପୋଡ଼ି ଦେଇଥିବା ସ୍ୱୀକାର କରିଥିବା ଗତକାଲି କହିଥିଲେ ଆରସିସିଏଫ ।

ତେବେ ହାଇକୋର୍ଟ ଏହି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଆଜି ନିଜ ଆଡ଼ୁ ଏହାର ଶୁଣାଣି କରିଛନ୍ତି। ଏଥିରେ ତିନି ଜଣ ବନ କର୍ମଚାରୀଙ୍କ ସଂପୃକ୍ତି ନେଇ ପିସିସିଏଫ ହାଇକୋର୍ଟରେ ସ୍ୱୀକାର କରିଥିବା ବେଳେ ସେମାନଙ୍କ ବିରୋଧରେ କ’ଣ ପାଇଁ ମାମଲା ରୁଜୁ ହୋଇ ନାହିଁ ବୋଲି ପଚାରିଛନ୍ତି କୋର୍ଟ।  ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିବା ବେଳେ ପିସିସିଏଫଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ।

ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ହାତୀଙ୍କ ସୁରକ୍ଷା କରିଡର ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ତଥା ସେମାନଙ୍କୁ ଶିକାରୀଙ୍କ କବଳରୁ ବଞ୍ଚାଇବା ପାଇଁ କ’ଣ ପଦକ୍ଷେପ ନିଆଯାଉଛି, ସେ ନେଇ ଜଣାଇବାକୁ ପିସିସିଏଫଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଏହି ଘଟଣା ପ୍ରଘଟ ହେବା ପରେ ଶିମିଳିପାଳରୁ ହାତୀର କିଛି ଜୀବାଶ୍ମ ସଂଗ୍ରହର କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଓୟୁଏଟିକୁ ପଠାଯାଇଥିଲା। ପରୀକ୍ଷା ପରେ ତାହା ହାତୀର ଜୀବାଶ୍ମ ବୋଲି ସ୍ପଷ୍ଟ ହୋଇଥିବା ଜଣାଯାଇଛି। ହାତୀ ପୋଡ଼ିବା କାମ ଜଣକ ଦ୍ୱାରା ସମ୍ଭବ ନୁହେଁ। ଏଥିରେ ଯିଏ ବି ସାମିଲ ଥିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆରସିସିଏଫ। ଏଥିସହ ୩ ନିଲମ୍ବିତ ବନ କର୍ମଚାରୀଙ୍କ ବିରୋଧରେ ଆଜି ମାମଲା ରୁଜୁ ହେବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଶିମିଳିପାଳରେ ପୂର୍ବରୁ ବି ଦାନ୍ତ ପାଇଁ ଦନ୍ତା ଶିକାର ହୋଇଥିଲା। ୨୦୧୦ରେ ୧୦ଟି ଦନ୍ତାକୁ ପୋଡ଼ି ଦିଆଯାଇଥିବା ବେଳେ ୨୦୧୨ରେ ୮ଟି ଦନ୍ତାଙ୍କ ହତ୍ୟା ହୋଇଥିବା ଜଣାପଡ଼ିଥିଲା। ଏପରି ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଖୁବ୍‌ଶୀଘ୍ର ଶିମିଳିପାଳରୁ ଦନ୍ତା ବଂଶ ଲୋପ ପାଇଯିବେ ବୋଲି ପରିବେଶବିତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story