Advertisment

ଭୁଶୁଡ଼ିଲା ନିର୍ମାଣାଧୀନ ସେତୁର ୨ବିମ୍, ୩ ଶ୍ରମିକ ଗୁରୁତର

ଆନନ୍ଦପୁର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ପାଣିକୋଇଲି-ରାଜାମୁଣ୍ଡା ଜାତୀୟ ରାଜପଥ ୨୦ର କୁଶେଇ ନଦୀ ଉପରେ ନିର୍ମାଣାଧୀନ ସେତୁର ୨ଟି ବିମ୍ ଆଜି ଭୁଶୁଡ଼ି ପଡ଼ିଛି। ଏଥିରେ ୩ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁଶେଇ ନଦୀ ଉପରେ ଦ୍ୱିତୀୟ ସେତୁ କାମ ଚାଲିଥିବା ବେଳେ ଆଜି ସକାଳେ ୨ଟି ବିମ୍ ଭୁଶୁଡ଼ି ପଡ଼ିଥିଲା। ଏହି ସମୟରେ ଶ୍ରମିକମାନେ ସେଠାରେ କାମ କରୁଥିଲେ। ବିମ୍‌ ଦୁଇଟି ଭାଙ୍ଗି ନଦୀ ଶଯ୍ୟାରେ ପଡ଼ିଥିବା ବେଳେ ୩ଜଣ […]

ଅଦ୍ୟତନ ହୋଇଛି
ଭୁଶୁଡ଼ିଲା ନିର୍ମାଣାଧୀନ ସେତୁର ୨ବିମ୍, ୩ ଶ୍ରମିକ ଗୁରୁତର

bridge

Advertisment

ଆନନ୍ଦପୁର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ପାଣିକୋଇଲି-ରାଜାମୁଣ୍ଡା ଜାତୀୟ ରାଜପଥ ୨୦ର କୁଶେଇ ନଦୀ ଉପରେ ନିର୍ମାଣାଧୀନ ସେତୁର ୨ଟି ବିମ୍ ଆଜି ଭୁଶୁଡ଼ି ପଡ଼ିଛି। ଏଥିରେ ୩ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

କୁଶେଇ ନଦୀ ଉପରେ ଦ୍ୱିତୀୟ ସେତୁ କାମ ଚାଲିଥିବା ବେଳେ ଆଜି ସକାଳେ ୨ଟି ବିମ୍ ଭୁଶୁଡ଼ି ପଡ଼ିଥିଲା। ଏହି ସମୟରେ ଶ୍ରମିକମାନେ ସେଠାରେ କାମ କରୁଥିଲେ। ବିମ୍‌ ଦୁଇଟି ଭାଙ୍ଗି ନଦୀ ଶଯ୍ୟାରେ ପଡ଼ିଥିବା ବେଳେ ୩ଜଣ ଶ୍ରମିକ ଏଥିରେ  ଚାପି ହୋଇ ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଶ୍ରମିକଙ୍କ ମଧ୍ୟରେ ୨ଜଣ ଅବସ୍ଥା ଗୁରୁତର ରହିଛି।

ଜଣେ ଆହତ ଶ୍ରମିକ କହିଛନ୍ତି, ଆଜି ସକାଳେ ୪ଜଣ ସେଠାରେ କାମ କରୁଥିଲୁ। ହଠାତ୍ ବିମ୍‌ ୨ଟି ଭୁଶୁଡ଼ି ପଡ଼ିଥିଲା।  ଆମେ ୪ଜଣ ଚାପି ହୋଇଯାଇଥିଲୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe