Advertisment

ମିଳିଳା ମହିଳାଙ୍କ କଟା ମୁଣ୍ଡ, ବିବାହ ବିବାଦରୁ ହୋଇଥିଲା ମର୍ଡର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମର୍ଡରର ୭ ଦିନ ପରେ ମିଳିଲା ମହିଳାଙ୍କ ମୁଣ୍ଡ। ଆଉ ଉଠିଲା ପୂରା ଘଟଣା ଉପରୁ ପର୍ଦ୍ଦା। ବିବାହ ବିବାଦରୁ ମର୍ଡର ହୋଇଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାରେ କମିଶନରେଟ୍‌ ପୁଲିସ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସାଥୀଙ୍କୁ ଗିରଫ କରିଛି। ଏଥି ସହ ମହିଳାଙ୍କ ମୋବାଇଲ୍‌ ଓ ମୃତଦେହ ବୁହା ହୋଇଥିବା ମାଲ୍‌ ବୋଝେଇ ବୋଲେରୋ ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି କମିଶନରେଟ୍‌ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ। ପୂରା […]

ଅଦ୍ୟତନ ହୋଇଛି
ମିଳିଳା ମହିଳାଙ୍କ କଟା ମୁଣ୍ଡ, ବିବାହ ବିବାଦରୁ ହୋଇଥିଲା ମର୍ଡର

bbsr

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମର୍ଡରର ୭ ଦିନ ପରେ ମିଳିଲା ମହିଳାଙ୍କ ମୁଣ୍ଡ। ଆଉ ଉଠିଲା ପୂରା ଘଟଣା ଉପରୁ ପର୍ଦ୍ଦା। ବିବାହ ବିବାଦରୁ ମର୍ଡର ହୋଇଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାରେ କମିଶନରେଟ୍‌ ପୁଲିସ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସାଥୀଙ୍କୁ ଗିରଫ କରିଛି। ଏଥି ସହ ମହିଳାଙ୍କ ମୋବାଇଲ୍‌ ଓ ମୃତଦେହ ବୁହା ହୋଇଥିବା ମାଲ୍‌ ବୋଝେଇ ବୋଲେରୋ ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି କମିଶନରେଟ୍‌ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ।

Advertisment

ପୂରା ଘଟଣା ଏମିତି। ରାଜଧାନୀ ଭୁବନେଶ୍ୱରରେ ମର୍ଡର ହୋଇଥିବା ମହିଳା ହେଉଛନ୍ତି ପୁଷ୍ପଲତା ରାଉଳ। ସ୍ୱାମୀଙ୍କ ମୃତ୍ୟୁ ପରେ ଅଙ୍ଗଦ ଦାସ ଓରଫ ସଞ୍ଜୟଙ୍କ ସଂସ୍ପର୍ଶରେ ଆସିଥିଲେ। ପୂର୍ବରୁ ପୁଷ୍ପଲତାଙ୍କ ଘରେ ସଞ୍ଜୟ ଭଡ଼ାରେ ରହୁଥିଲେ। ପରବର୍ତ୍ତୀ ସମୟରେ ପୁଷ୍ପଲତା ଭରତପୁର ତାରେଣୀ ନଗର ବସ୍ତିରେ ଘର କରି ରହିଥିଲେ। କିନ୍ତୁ ସଞ୍ଜୟଙ୍କ ସହିତ ତାଙ୍କର ସମ୍ପର୍କ ରହିଥିଲା। ମଝିରେ ମଝିରେ ସଞ୍ଜୟଙ୍କ ଘରକୁ ପୁଷ୍ପଲତା ଆସୁଥିଲେ। ଦୁଇ ଜଣଙ୍କ ମଧ୍ୟରେ ୬ ବର୍ଷ ଧରି ସମ୍ପର୍କ ରହିଥିଲା। ଏପରିକି ମାସେ ଧରି ଉଭୟ ଫୁଲେଶ୍ୱରୀ ଏକାଠି ରହୁଥିଲେ ବୋଲି କମିଶନର କହିଛନ୍ତି।

ଡିସେମ୍ୱର ୨୪ ତାରିଖରେ ପ୍ରୀତିରଞ୍ଜନ ପତିଙ୍କୁ ପୁଷ୍ପଲତା ବିବାହ କରି ଚକେଇଶିଆଣୀରେ ରହୁଥିଲେ। ବିବାହର କିଛି ଦିନ ପରେ ପ୍ରୀତିରଞ୍ଜନଙ୍କୁ ଛାଡ଼ି ପୁଷ୍ପଲତା,  ଫୁଲେଶ୍ୱର ବସ୍ତିରେ ରହୁଥିବା ସଞ୍ଜୟଙ୍କ ପାଖକୁ ପଳାଇ ଯାଇଥିଲେ। ସେଠାରେ ଉଭୟ ଏକାଠୀ ରହୁଥିଲେ। ହେଲେ ବିବାହକୁ ନେଇ ମଝିରେ ମଝିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଯାହାକୁ ନେଇ ସଞ୍ଜୟ ପ୍ରତିଶୋଧ ପରାୟଣ ହୋଇଥିଲା। ଆଉ ପୁଷ୍ପଲତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ସଞ୍ଜୟ।

Advertisment

ଗତ ୩ ତାରିଖରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ପୁଷ୍ପଲତାର ତଣ୍ଟିଚିପି ସଞ୍ଜୟ ହତ୍ୟାକଲା। ଏହା ପରେ ସଞ୍ଜୟ ତାଙ୍କ ସାଙ୍ଗ ଶ୍ରୀକାନ୍ତ ଦାସଙ୍କୁ ଡାକି ପ୍ରମାଣ ନଷ୍ଟ କରିବାକୁ ଯୋଜନା କରିଥିଲେ। ପରେ ଆଇଗିଣିଆ ମାର୍କେଟକୁ ଯାଇ ଦୁଇ ହଳ ସର୍ଜିକାଲ୍‌ ଗ୍ଲୋବ୍ସ ଓ ଛୁରୀ କିଣି ଆଣିଲେ। ବସ୍ତିର ଲୋକେ ଶୋଇବା ପରେ ବିଳମ୍ୱିତ ରାତିରେ ସଞ୍ଜୟ ନିଜ ମାଲ୍‌ ବୋଝେଇ ଗାଡ଼ିରେ ପୁଷ୍ପଲତାଙ୍କ ମୃତଦେହକୁ ଲୋଡ୍‌ କରିଥିଲେ। ମୃତଦେହକୁ ଅନ୍ଧାରୁଆ-ଦାସପୁର ରାସ୍ତାରେ ମୃତଦେହ ପକାଇ ଦେଇଥିଲେ। ସେଠାରୁ ପୁଷ୍ପଲତାଙ୍କ ମୁଣ୍ଡକୁ ଛୁରୀରେ କାଟି ନେଲେ। ଖଣ୍ଡଗିରି-ଚନ୍ଦକା ରୋଡ୍‌ର ହାତୀ ଟ୍ରେଞ୍ଚରେ ମୁଣ୍ଡଟିକୁ ପକାଇ ଦେଲେ। ଏହା ପରେ ଉଭୟେ କାମ କରିବା ବାହାନାରେ ଦଶପଲ୍ଲାରେ ଜଣଙ୍କ ବନ୍ଧୁଙ୍କ ଘରେ ରହିଥିଲେ ବୋଲି କମିଶନର କହିଛନ୍ତି।

ଏହି ଘଟଣାରେ ପୁଲିସ ପୁଷ୍ପଲତାଙ୍କ କଟାମୁଣ୍ଡ, ମୋବାଇଲ ଓ ମୃତଦେହ ନିଆଯାଇଥିବା ମାଲ୍‌ ବୋଝେଇ ବୋଲେରୋ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ପୁଲିସ କମିଶନର କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe