Advertisment

ପ୍ରଧାନଶିକ୍ଷୟିତ୍ରୀ ମାଡ଼ ମାରି ମୋ’ ଶାଢ଼ୀ ଚିରି ଦେଲେ...

ଆନନ୍ଦପୁର(ମୁନ୍ନା ସିଂ): ମାଡ଼ ମାରି ମୋ ଶାଢ଼ୀ ଚିରି ଦେଲେ…। ପ୍ରଧାନଶିକ୍ଷୟିତ୍ରୀଙ୍କ ନାଁରେ ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସହକାରୀ ଶିକ୍ଷୟିତ୍ରୀ। ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ। ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସହକାରୀ ଶିକ୍ଷୟିତ୍ରୀ। ଆନନ୍ଦପୁର ବ୍ଲକ୍‌ ଡିହସାହି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ହେଉଛନ୍ତି ପଙ୍କଜିନି ସାହୁ। ସେହି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଦାୟିତ୍ଵରେ ଅଛନ୍ତି ଲିଲିପ୍ରିୟା ଯେନା। ଗାଁ ଲୋକଙ୍କ କହିବା ଅନୁସାରେ ଅନେକ ସମୟରେ ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟ ପାଟିତୁଣ୍ଡ […]

ପ୍ରଧାନଶିକ୍ଷୟିତ୍ରୀ ମାଡ଼ ମାରି ମୋ’ ଶାଢ଼ୀ ଚିରି ଦେଲେ...

Anandapur

Advertisment

ଆନନ୍ଦପୁର(ମୁନ୍ନା ସିଂ): ମାଡ଼ ମାରି ମୋ ଶାଢ଼ୀ ଚିରି ଦେଲେ...। ପ୍ରଧାନଶିକ୍ଷୟିତ୍ରୀଙ୍କ ନାଁରେ ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସହକାରୀ ଶିକ୍ଷୟିତ୍ରୀ। ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ। ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସହକାରୀ ଶିକ୍ଷୟିତ୍ରୀ।

Advertisment

ଆନନ୍ଦପୁର ବ୍ଲକ୍‌ ଡିହସାହି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ହେଉଛନ୍ତି ପଙ୍କଜିନି ସାହୁ। ସେହି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଦାୟିତ୍ଵରେ ଅଛନ୍ତି ଲିଲିପ୍ରିୟା ଯେନା। ଗାଁ ଲୋକଙ୍କ କହିବା ଅନୁସାରେ ଅନେକ ସମୟରେ ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟ ପାଟିତୁଣ୍ଡ ହେଉଥିଲା। ଆଜିର ବିବାଦ ଆହୁରି ଜଟିଳ ହୋଇଥିଲା।

ଅଭିଯୋଗ ଅନୁସାରେ ଆଜି ସକାଳେ ଲିଲିପ୍ରିୟା ନିଜ ସ୍କୁଟିରେ ସ୍କୁଲ ଆସୁଥିଲେ। ତେବେ ରାସ୍ତାରେ ଜଣେ ବ୍ୟକ୍ତି ତାଙ୍କୁ ସାଇଡ୍‌ ମାରିଥିଲେ। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଲିଲିପ୍ରିୟା। ଏହା ପରେ ଲିଲିପ୍ରିୟା ରାଗ ତମତମ ହୋଇ ସ୍କୁଲରେ ପହଞ୍ଚି ଥିଲେ। ଆଉ ସହକାରୀ ଶିକ୍ଷୟିତ୍ରୀ ପଙ୍କଜିନିଙ୍କ ଉପରେ ବର୍ଷି ଥିଲେ। ମନଇଚ୍ଛା ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ତୁ(ପଙ୍କଜିନି) ଲୋକ ଲଗାଇ ଦୁର୍ଘଟଣା ଘଟାଇବାକୁ ଚେଷ୍ଟା କରୁଥିଲୁ ବୋଲି ଲିଲିପ୍ରିୟା ଅଭିଯୋଗ କରିଥିଲେ।

Advertisment

ଲିଲିପ୍ରିୟାଙ୍କ ଏପରି ଆଚରଣକୁ ନିଜ ମୋବାଇଲ୍‌ରେ ରେକର୍ଡିଂ କରୁଥିଲେ ପଙ୍କଜିନି। ଏହା ଦେଖି ଲିଲିପ୍ରିୟାଙ୍କ ରାଗ ପଞ୍ଚମକୁ ଉଠି ଯାଇଥିଲା। ମୋବାଇଲରେ ହୋଇଥିବା ରେକର୍ଡିଂକୁ ଡିଲିଟ୍‌ କରିବା ପାଇଁ ପଙ୍କଜିନିଙ୍କୁ ମୋବାଇଲ୍‌ ମାଗିଥିଲେ ଲିଲିପ୍ରିୟା। ମାତ୍ର ସେ ନଦେବାରୁ ତାଙ୍କ ଚୁଟି ଘୋଷାରି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶିକ୍ଷୟିତ୍ରୀ ପଙ୍କଜିନି। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ତେବେ ଘଟଣା ସମ୍ପର୍କରେ ଗ୍ରାମବାସୀ ଓ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଧାନଶିକ୍ଷୟିତ୍ରୀ ଲିଲିପ୍ରିୟାଙ୍କୁ ତୁରନ୍ତ ଅନ୍ୟ ବିଦ୍ୟାଳୟକୁ ବଦଳି କରାଯାଉ ବୋଲି ଗାଁ ଲୋକେ ଦାବି କରିଛନ୍ତି। ନଚେତ ବିଦ୍ୟାଳୟରେ ତାଲା ପକାଇଦେବୁ ବୋଲି ଚେତାବନୀ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe