Advertisment

ଲକ୍ ଡାଉନ୍ ସଂପର୍କରେ କଟକଣା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ରାଜ୍ୟ ସରକାର ୫ ଜିଲ୍ଲା ଓ ୮ଟି ରାଜ୍ୟ ପାଇଁ  ଲକ୍ ଡାଉନ୍ ଘୋଷଣା କରିଛନ୍ତି। ତେବେ ଏହି ଲକ୍ ଡାଉନ୍ ସଂପର୍କରେ କଟକଣା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ। ଅଟୋରିକ୍ସା, ଟ୍ୟାକ୍ସି ଆଦି ପବ୍ଲିକ ଟ୍ରାନ୍ସପୋର୍ଟକୁ ମନା କରାଯାଇଛି। ସମସ୍ତ ଦୋକାନ, ବାଣିଜ୍ୟକ ପ୍ରତିଷ୍ଠାନ ବନ୍ଦ ରହିବ। ଅଫିସ, କାରଖାନା, ୱାର୍କସପ୍, ଗୋଦାମ ବନ୍ଦ ରହିବ। ଲକ୍ ଡାଉନ୍ ଅଞ୍ଚଳରେ ଭତ୍ତା ଓ ପିଡିଏସ୍ ବଣ୍ଟନ ସ୍ଥଗିତ ରହିବ। ସମସ୍ତ […]

author-image
Tapas Behera
ଲକ୍ ଡାଉନ୍ ସଂପର୍କରେ କଟକଣା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

corona

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ରାଜ୍ୟ ସରକାର ୫ ଜିଲ୍ଲା ଓ ୮ଟି ରାଜ୍ୟ ପାଇଁ  ଲକ୍ ଡାଉନ୍ ଘୋଷଣା କରିଛନ୍ତି। ତେବେ ଏହି ଲକ୍ ଡାଉନ୍ ସଂପର୍କରେ କଟକଣା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ। ଅଟୋରିକ୍ସା, ଟ୍ୟାକ୍ସି ଆଦି ପବ୍ଲିକ ଟ୍ରାନ୍ସପୋର୍ଟକୁ ମନା କରାଯାଇଛି। ସମସ୍ତ ଦୋକାନ, ବାଣିଜ୍ୟକ ପ୍ରତିଷ୍ଠାନ ବନ୍ଦ ରହିବ। ଅଫିସ, କାରଖାନା, ୱାର୍କସପ୍, ଗୋଦାମ ବନ୍ଦ ରହିବ। ଲକ୍ ଡାଉନ୍ ଅଞ୍ଚଳରେ ଭତ୍ତା ଓ ପିଡିଏସ୍ ବଣ୍ଟନ ସ୍ଥଗିତ ରହିବ। ସମସ୍ତ ବିଦେଶ ଫେରନ୍ତା ହୋମ୍ କ୍ୱାରେଣ୍ଟାଇନରେ ରହିବେ। ଅତ୍ୟାବଶ୍ୟକ ସେବା ବ୍ୟତୀତ ସବୁ ଲୋକ ଘରେ ରହିବେ। ବାହାରକୁ ଆସିଲେ ସାମାଜିକ ଦୂରତ୍ୱ ବଜାୟ ରଖିବେ।

Advertisment

ତେବେ ଜରୁରୀ ସେବା ପ୍ରଦାନକାରୀଙ୍କୁ ଲକ୍ ଡାଉନ୍‌ରେ କଟକଣା ନାହିଁ। ମାଜିଷ୍ଟ୍ରେରିଆଲ ଡ୍ୟୁଟି, ଆଇନଶୃଙ୍ଖଳା ଅଧିକାରୀ କଟକଣାରୁ ବାଦ୍ ଦିଆଯାଇଛି। ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ, ବ୍ଲକ ଅଧିକାରୀ କଟକଣା ମୁକ୍ତ ରହିବ। ପୁଲିସ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ପୌର ଅଧିକାରୀ କଟକଣା ମୁକ୍ତ ରହିବ। ଅଗ୍ନିଶମ, ରେଳ, ବିମାନ, ଅନ୍ତଃସହର ବସ୍ କଟକଣା ମୁକ୍ତ ରହିବ। ବିଦ୍ୟୁତ, ଜଳ, ପୌର ସେବା, ବ୍ୟାଙ୍କ, ATM କଟକଣା ମୁକ୍ତ ରହିବ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା, ଗଂଜାମ, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲା ଲକ୍ ଡାଉନ୍ ଘୋଷଣା ହେଲା। ଏହି ୫ଟି ଜିଲ୍ଲାର ସବୁ ସହର ଓ ଗାଁ ପ୍ରାୟ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା ହୋଇଛି। ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍, ଯାଜପୁର ଟାଉନ୍ ଆଦି ୮ଟି ଟାଉନ୍‌ ଲକ୍ ଡାଉନ୍ ଘୋଷଣା କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment