Advertisment

‘ସରକାର ଯଦି ବିଫଳ, ତା’ହେଲେ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି କିପରି?’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୧୯୧୧୯ରେ ପହଞ୍ଚିଥିବା ବେଳେ ୧,୮୧୪୮୧ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଆକ୍ଟିଭ କେସ୍ ୩୬ ହଜାରରୁ ଅଧିକ ଥିବା ବେଳେ ୨୯ ହଜାର କରୋନା ଆକ୍ରାନ୍ତ ହୋମ୍ ଆଇସୋଲେସନ୍‌ରେ ଅଛନ୍ତି।  ୭୩୪୮ ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଯଦି ସରକାର ବିଫଳ ତାହେଲେ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି କିପରି।  ଦେଶରେ କୋଭିଡ ମୃତ୍ୟୁ ହାର ୧.୬% ଥିବା ବେଳେ ଓଡ଼ିଶାରେ ମାତ୍ର ୦.୩୮%। ଓଡ଼ିଶାରେ […]

author-image
Niharika Rout
ଅଦ୍ୟତନ ହୋଇଛି
‘ସରକାର ଯଦି ବିଫଳ, ତା’ହେଲେ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି କିପରି?’

naba-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୧୯୧୧୯ରେ ପହଞ୍ଚିଥିବା ବେଳେ ୧,୮୧୪୮୧ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଆକ୍ଟିଭ କେସ୍ ୩୬ ହଜାରରୁ ଅଧିକ ଥିବା ବେଳେ ୨୯ ହଜାର କରୋନା ଆକ୍ରାନ୍ତ ହୋମ୍ ଆଇସୋଲେସନ୍‌ରେ ଅଛନ୍ତି।  ୭୩୪୮ ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Advertisment

ଯଦି ସରକାର ବିଫଳ ତାହେଲେ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି କିପରି।  ଦେଶରେ କୋଭିଡ ମୃତ୍ୟୁ ହାର ୧.୬% ଥିବା ବେଳେ ଓଡ଼ିଶାରେ ମାତ୍ର ୦.୩୮%। ଓଡ଼ିଶାରେ କୋଭିଡ୍ ନିୟନ୍ତ୍ରଣ ଭିତରେ ଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ।

ମୁଲତବି ନୋଟିସ ଆଲୋଚନା ବେଳେ କରୋନା ସ୍ଥିତି ନେଇ ବିଧାନସଭାରେ ଏପରି ବିବୃତି ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ ନିୟନ୍ତ୍ରଣରେ ଥିବା ସେ କହିଛନ୍ତି।

Advertisment

ଲକ୍‌ଡାଉନ୍‌ ଯୋଗୁଁ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିଲା । କିନ୍ତୁ ପ୍ରବାସୀ ଫେରିବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା। କୋଭିଡ କିଟ୍ ଦୁର୍ନୀତି ଅଭିଯୋଗ ବିଚାରାଧୀନ ରହିଛି। ଯିଏ ଦୋଷୀ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ।

Corona Naba Das