Advertisment

ଆଜିଠୁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ହେବ ହେଲ୍‌ଥ ସ୍କ୍ରିନିଂ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆଜିଠୁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ହେଲ୍‌ଥ ସ୍କ୍ରିନିଂ ହେବ। ସ୍ୱାସ୍ଥ୍ୟକର୍ମୀମାନେ ଗ୍ରାମାଞ୍ଚଳରେ ଘର ଘର ବୁଲି ସ୍କ୍ରିନିଂ କରିବେ। ଗଞ୍ଜାମରେ ଅଣାୟତ୍ତ ସ୍ଥିତି ରୋକିବାକୁ ସରକାର ନୂଆ ପ୍ଲାନ ‘ମିଶନ୍ ଗଞ୍ଜାମ’ ଆରମ୍ଭ କରିଛନ୍ତି। ଜିଲ୍ଲାର ୮୨ ପ୍ରତିଶତ ଗାଁ  ଗ୍ରୀନ୍ ଜୋନ୍‌ରେ ଥିଲେ ବି ବାକି ୧୮ ପ୍ରତିଶତ ଗାଁ ରେଡ୍ ଜୋନ୍‌ରେ ରହିଥିବା ଖୋଦ ଜିଲ୍ଲାପାଳ କହିଛନ୍ତି। ତେଣୁ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ କଣ୍ଟାକ୍ଟ ଟ୍ରେସିଂ, ଟେଷ୍ଟିଂ ଓ କ୍ୱାରେଣ୍ଟାଇନ୍‌କୁ ଗୁରୁତ୍ୱ […]

ଅଦ୍ୟତନ ହୋଇଛି
ହୋମ୍‌ କ୍ୱାରେଣ୍ଟାଇନ୍‌ ଟିପ୍ସ; ‘ସନ୍ଦିଗ୍ଧଙ୍କ ଠାରୁ ସର୍ବନିମ୍ନ ଦୂରତା ବଜାୟ ରଖନ୍ତୁ, କିନ୍ତୁ ସେମାନଙ୍କ ମନୋବଳ ବଢ଼ାନ୍ତୁ’

corona-3

Advertisment

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆଜିଠୁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ହେଲ୍‌ଥ ସ୍କ୍ରିନିଂ ହେବ। ସ୍ୱାସ୍ଥ୍ୟକର୍ମୀମାନେ ଗ୍ରାମାଞ୍ଚଳରେ ଘର ଘର ବୁଲି ସ୍କ୍ରିନିଂ କରିବେ। ଗଞ୍ଜାମରେ ଅଣାୟତ୍ତ ସ୍ଥିତି ରୋକିବାକୁ ସରକାର ନୂଆ ପ୍ଲାନ ‘ମିଶନ୍ ଗଞ୍ଜାମ’ ଆରମ୍ଭ କରିଛନ୍ତି। ଜିଲ୍ଲାର ୮୨ ପ୍ରତିଶତ ଗାଁ  ଗ୍ରୀନ୍ ଜୋନ୍‌ରେ ଥିଲେ ବି ବାକି ୧୮ ପ୍ରତିଶତ ଗାଁ ରେଡ୍ ଜୋନ୍‌ରେ ରହିଥିବା ଖୋଦ ଜିଲ୍ଲାପାଳ କହିଛନ୍ତି। ତେଣୁ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ କଣ୍ଟାକ୍ଟ ଟ୍ରେସିଂ, ଟେଷ୍ଟିଂ ଓ କ୍ୱାରେଣ୍ଟାଇନ୍‌କୁ ଗୁରୁତ୍ୱ ଦିଆଯାଉଛି।publive-image

Advertisment

ଅନ୍ୟପକ୍ଷରେ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଗଞ୍ଜାମ ଜିଲ୍ଲା ଛତ୍ରପୁର ସବଡିଭିଜନ ଅଧୀନରେ ଥିବା ୭ଟି NACକୁ ଆଜିଠୁ ୬ ଦିନ ଯାଏ ଶଟ୍‌ଡାଉନ୍ ଘୋଷଣା କରାଯାଇଛି। ଏଗୁଡିକ ହେଲା ଛତ୍ରପୁର, ଖଲ୍ଲିକୋଟ, ରମ୍ଭା, ପୁରୁଷୋତ୍ତମପୁର, କୋଦଳା, କବିସୂର୍ଯ୍ୟନଗର ଓ ପୋଲସରା।

କରୋନା ସଂକ୍ରମଣ ଅଣାୟତ୍ତ ହେଉଥିବାରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଶଟ୍‌ଡାଉନ୍ ବଳବତ୍ତର ରହିବ ବୋଲି  ଛତ୍ରପୁର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଏହି ସମୟରେ କେବଳ ଔଷଧ ଦୋକାନ ଖୋଲା ରହିବ। ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ।  ସହରର ବିଭିନ୍ନ ପ୍ରବେଶ ପଥ ସିଲ୍ କରି ପୁଲିସ୍‌ ମୁତୟନ କରାଯିବ। ପୂର୍ବରୁ ୯ ତାରିଖରୁ ୧୩ ତାରିଖ ଯାଏ ଗଂଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳ ଶଟ୍‌ଡାଉନ୍ କରାଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe