Advertisment

କରୋନା ଯୋଦ୍ଧାଙ୍କ ପାଇଁ ତ୍ରିସ୍ତରୀୟ ସର୍ଜିକାଲ ମାସ୍କ, ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଆହୁରି ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ତତ୍ପର ହୋଇ ଉଠିଛି ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତୁରନ୍ତ ତ୍ରିସ୍ତରୀୟ ସର୍ଜିକାଲ ମାସ୍କ ଯୋଗାଇ ଦିଆଯିବ। ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। Health Secretary @nbdhal has asked Odisha State Medical Corporation Limited to supply triple layer surgical masks for all field workers doing surveillance work, […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
କରୋନା ଯୋଦ୍ଧାଙ୍କ ପାଇଁ ତ୍ରିସ୍ତରୀୟ ସର୍ଜିକାଲ ମାସ୍କ, ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ସଚିବ

mask

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଆହୁରି ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ତତ୍ପର ହୋଇ ଉଠିଛି ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତୁରନ୍ତ ତ୍ରିସ୍ତରୀୟ ସର୍ଜିକାଲ ମାସ୍କ ଯୋଗାଇ ଦିଆଯିବ। ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
https://twitter.com/HFWOdisha/status/1246851063795167232?s=20

Advertisment

ଓଡ଼ିଶା ରାଜ୍ୟ ମେଡିକାଲ ନିଗମ ଲିମଟେଡ୍‌କୁ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ କ୍ରମେ ବିଭିନ୍ନ ଫିଲ୍ଡ ୱାର୍କର ଯଥା ସର୍ଭେଲାନ୍ସ ୱାର୍କରେ ନିୟୋଜିତ କର୍ମଚାରୀ, ଜରୁରୀକାଳୀନ ସେବା ଯୋଗାଉଥିବା କର୍ମଚାରୀ ଏବଂ ଆମ୍ବୁଲାନ୍ସ ଡ୍ରାଇଭର ଆଦିଙ୍କୁ ତ୍ରିସ୍ତରୀୟ ସର୍ଜିକାଲ ମାସ୍କ ଯୋଗାଇ ଦିଆଯିବ।
https://twitter.com/HFWOdisha/status/1246847920021712897?s=20
ସ୍ୱାସ୍ଥ୍ୟ ସଚିବ ଆହୁରି ମଧ୍ୟ ସମସ୍ତ ପୌରପାଳିକା, ଜିଲ୍ଲାପାଳ ଏବଂ ସିଡିଏମ୍‌ପିଏଚ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ବା ସରକାରୀ ତତ୍ତ୍ୱାବଧାନରେ ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ତ୍ରିସ୍ତରୀୟ ସର୍ଜିକାଲ ମାସ୍କ ଯୋଗାଇ ଦିଆଯିବ। ଓଡ଼ିଶା ରାଜ୍ୟ ମେଡିକାଲ ନିଗମ ଲିମଟେଡ୍‌କୁ ଏସମସ୍ତ ମାସ୍କ ଯୋଗାଣ ଦାୟିତ୍ୱ ଦିଆଯାଇଛି।