Advertisment

କୁନ୍ତଳାଙ୍କ କାହାଣୀ ଶୁଣିଲେ ଝରିପଡ଼ିବ ଲୁହ

ଦିନେ ସ୍ୱାମୀ ଓ ଛଅଟି ସନ୍ତାନର ମାଆ ଭାବରେ ସୁଖର ଜୀବନ ଜିଉଁଥିଲେ କୁନ୍ତଳା । ନିଜର ପୁରିଲା ସଂସାରକୁ ନେଇ ସୁଖର ସ୍ୱପ୍ନ ଦେଖୁଥିବା କୁନ୍ତଲାଙ୍କ ସ୍ୱପ୍ନ କିନ୍ତୁ ଅଧାରେ ଭାଙ୍ଗିଗଲା।

author-image
Manoj Swain

ଦିନେ ସ୍ୱାମୀ ଓ ଛଅଟି ସନ୍ତାନର ମାଆ ଭାବରେ ସୁଖର ଜୀବନ ଜିଉଁଥିଲେ କୁନ୍ତଳା। ନିଜର ପୁରିଲା ସଂସାରକୁ ନେଇ ସୁଖର ସ୍ୱପ୍ନ ଦେଖୁଥିବା କୁନ୍ତଳାଙ୍କ ସ୍ୱପ୍ନ କିନ୍ତୁ ଅଧାରେ ଭାଙ୍ଗିଗଲା। ଦଶ ବର୍ଷ ତଳେ ତାଙ୍କ ବିଶ୍ଵାସରେ ବିଷ ଦେଇ ସ୍ୱାମୀ କନେକ ରାମ ଆଉ କାହା ସହ ଫେରାର ହୋଇଗଲେ। ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ନୂଆପଡା ଗାଁର କୁନ୍ତଳା ବାଗଙ୍କର ଏ ହେଉଛି ଦରଦଭରା କାହାଣୀ।

Advertisment
Odisha Poverty