/odisha-reporter/media/post_attachments/uploads/2021/04/heat-1.jpg)
Heat Wave
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗମୀ ୨ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ତ୍ରାହି। ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏପରି ଭବିଷ୍ୟବାଣୀ କରିଛି ପାଣିପାଗ ବିଭାଗ ।
Advertisment
ଗତକାଲି ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । କେବଳ ରାଜ୍ୟ କି ଦେଶରେ ବୁଧବାର ଭୁବନେଶ୍ୱର ଥିଲା ସବୁଠୁ ଉତ୍ତପ୍ତ ସହର । ଯାହା ସର୍ବକାଳୀନ ରେକର୍ଡ ବୋଲି କହିଛି ପାଣିପାଗ ବିଭାଗ ।
ଏହାବ୍ୟତୀତ ରାଜ୍ୟର ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା । ସବୁଠି ଅସହ୍ୟ ଗରମରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆଗମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ତାତି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଫଳରେ ଏବେ ତାତିରୁ ନିସ୍ତାର ମିଳିବା ସମ୍ଭାବନା କମ୍ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
