Advertisment

ଚଳିତବର୍ଷ ରେକର୍ଡ ଭାଙ୍ଗିପାରେ ରାଜଧାନୀର ତାତି!

ଫେବ୍ରୁଆରୀ ପ୍ରଥମ ସପ୍ତାହରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୫.୪ ଡିଗ୍ରୀ ରହିଥିବା ବେଳେ ପାଗରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

author-image
Manoranjan Sial
Heat Wave

Heat Wave

ଚଳିତବର୍ଷ ରେକର୍ଡ ଭାଙ୍ଗିପାରେ ରାଜଧାନୀର ତାତି! ଫେବ୍ରୁଆରୀ ମାସ ଆରମ୍ଭରୁ ଯେଉଁଳି ଗ୍ରୀଷ୍ମ ଅନୁଭୂତ ହେଲାଣି, ହୁଏତ ଏହା ଗତ ୪୦ ବର୍ଷର ରେକର୍ଡ ଭାଙ୍ଗିବ। ୧୯୬୩ ମସିହାରେ ଫେବ୍ରୁଆରୀ ମାସରେ ରାଜଧାନୀ ଭୁବନେଶ୍ୱରରରେ ସର୍ବୋଚ୍ଚ ତାପମାତ୍ର ୪୨.୭ ଡିଗ୍ରୀ ରେକର୍ଡ ହୋଇଥିଲା। ତେବେ ୨୦୨୩ ମସିହାରେ ଏହି ତାପମାତ୍ରା ଟପି ଯିବାର ଅନୁମାନ କରୁଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

ଫେବ୍ରୁଆରୀ ପ୍ରଥମ ସପ୍ତାହରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୫.୪ ଡିଗ୍ରୀ ରହିଥିବା ବେଳେ ପାଗରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଦିନର ତାପମାତ୍ରା ବଢୁଥିବା ବେଳେ ଗାଏବ ହେବାକୁ ବସିଲାଣି ଶୀତ। ତେବେ ଉତ୍ତର ଓଡ଼ିଶାରେ ଏବେବି କିଛି କିଛି ସ୍ଥାନରେ ଶୀତ ପ୍ରବାହ ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Bhubaneswar Heat Wave In Odisha Weather Report