Advertisment

ରାଜଧାନୀରେ ଅସମ୍ଭାଳ ତାତି, ୪୨ ଡିଗ୍ରୀ ଡେଇଁଲା ପାରଦ

ଆଜି ଦିନ ସାଢ଼େ ଦୁଇଟା ସୁଦ୍ଧା ତାପମାତ୍ରା ୪୨.୨ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅସମ୍ଭାଳ ତାତି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି।

ଅଦ୍ୟତନ ହୋଇଛି
undefined

Heat Wave

Advertisment

ଖରାରେ ଆଉଟୁପାଉଟୁ ହେଉଛି ସାରା ରାଜ୍ୟ। ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଠି ଖରା। ସବୁଠି ତାତିର ଦାଉ। ଏଥିରୁ ବର୍ତ୍ତିନାହିଁ ରାଜଧାନୀ ଭୁବନେଶ୍ୱର। ଏଠାରେ ଆଜି ଦିନ ସାଢ଼େ ଦୁଇଟା ସୁଦ୍ଧା ତାପମାତ୍ରା ୪୨.୨ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅସମ୍ଭାଳ ତାତି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି।

Advertisment

ସେହିପରି ଝାରସୁଗୁଡାରେ ୪୨.୬ ଡ଼ିଗ୍ରୀ, ସମ୍ବଲପୁରରେ ୪୨.୨ ଡ଼ିଗ୍ରୀ, କେନ୍ଦୁଝରରେ ୪୧.୦ ଡ଼ିଗ୍ରୀ, ହୀରାକୁଦରେ ୪୧.୦ ଡ଼ିଗ୍ରୀ, ଚାନ୍ଦବାଲିରେ ୪୦.୮ଡ଼ିଗ୍ରୀ, ବାଲେଶ୍ୱରରେ ୩୫.୮ ଡ଼ିଗ୍ରୀ, ପୁରୀରେ ୩୪.୫ ଡ଼ିଗ୍ରୀ, ଗୋପାଳପୁରରେ ୩୩.୬ ଡ଼ିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୨.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ ଅନୁସାରେ ତାତିର ପ୍ରକୋପ ଆହୁରି ଦୁଇ ଦିନ ରହିବ। ଆସନ୍ତାକାଲି ଅର୍ଥାତ ୧୯ ତାରିଖରେ ବଲାଙ୍ଗିର, ବୌଦ୍ଧ, ସୋନପୁର, ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଖରା ହେବାର ସମ୍ଭାବନା ରହିଛି। ୨୦ ତାରିଖରେ ବୌଦ୍ଧ, ସୋନପୁର, ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହେବାର ଆଶଙ୍କା ରହିଛି।

ତେବେ ୨୧ ତାରିଖରେ ପାଗରେ ସାମାନ୍ୟ ପରିବର୍ତ୍ତନ ଦେଖାଦେବ। ତାତିରୁ ଆଶ୍ୱସ୍ତି ମିଳିବ। ଅର୍ଥାତ ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୨୨ ତାରିଖରେ ବଲାଙ୍ଗିର, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘଜ୍ରପାତ ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ୨୩ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ କେତେକ ସ୍ଥାନରେ ବଜ୍ରପାତ ସହ ଘଡ଼ଘଡ଼ି ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। 

Heat Wave Heat Wave In Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe