ଦିନରେ ତାତିଲା, ସନ୍ଧ୍ୟାରେ ଭିଜିଲା; ପାଗ ବଦଳାଉଛି ୩ ବାୟୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନରେ ତାତିଲା, ସନ୍ଧ୍ୟାରେ ଭିଜିଲା। କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। କିଛି ସ୍ଥାନରେ ବର୍ଷା ସାଙ୍ଗକୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବୋହିଛି। କାଳବୈଶାଖୀ ଯୋଗୁ ଅନେକ ସ୍ଥାନରେ ଜନଜୀବନ ପ୍ରଭାବତି ମଧ୍ୟ ହୋଇଛି। ପାଣିପାଗ ବିଭାଗ ରିପୋର୍ଟ ମୁତାବକ ବଲାଙ୍ଗୀର ପାଟଣାଗଡ଼ରେ ଓ କଳାହାଣ୍ଡିର କଲମପୁର ଠାରେ ସର୍ବାଧିକ ବର୍ଷା ହୋଇଛି। ଏଠାରେ ପ୍ରାୟ ୨୧ ମିଲିମିଟର ବର୍ଷା ହୋଇଛି। ଗଜପତି […]

rain-with-heat-wave

  • Published: Tuesday, 03 May 2022
  • , Updated: 03 May 2022, 09:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନରେ ତାତିଲା, ସନ୍ଧ୍ୟାରେ ଭିଜିଲା। କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। କିଛି ସ୍ଥାନରେ ବର୍ଷା ସାଙ୍ଗକୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବୋହିଛି। କାଳବୈଶାଖୀ ଯୋଗୁ ଅନେକ ସ୍ଥାନରେ ଜନଜୀବନ ପ୍ରଭାବତି ମଧ୍ୟ ହୋଇଛି। ପାଣିପାଗ ବିଭାଗ ରିପୋର୍ଟ ମୁତାବକ ବଲାଙ୍ଗୀର ପାଟଣାଗଡ଼ରେ ଓ କଳାହାଣ୍ଡିର କଲମପୁର ଠାରେ ସର୍ବାଧିକ ବର୍ଷା ହୋଇଛି। ଏଠାରେ ପ୍ରାୟ ୨୧ ମିଲିମିଟର ବର୍ଷା ହୋଇଛି। ଗଜପତି ଓ କୋରାପୁଟ ଜିଲ୍ଲାରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହୋଇଛି।

ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝିପଝିପ ବର୍ଷା ଲୋକଙ୍କୁ ପ୍ରବଳ ଗରମରୁ ଅଶ୍ୱସ୍ତି ଦେଇଛି। ତେବେ ପଶ୍ଚିମ ଓଡ଼ିଶାରେ ଦିନର ତାତି ଏବେ ବି ଖସୁନି। ପଶ୍ଚିମ ଓଡ଼ିଶାର ଅନେକ ସହର ତାତି ୪୦ ଡିଗ୍ରୀ ଉପରେ ରହିଥିବା ପାଣିପାଗ ବିଭାଗ ରିପୋର୍ଟରୁ ଜଣାପଡ଼ିଛି। ବୌଦ୍ଧରେ ସର୍ବାଧିକ ତାତି ରେକର୍ଡ ହୋଇଛି। ଏଠାରେ ତାତି ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି।

ଆଜି ରାଜ୍ୟର ୧୮ ସହରରେ ଦିନର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ଼ ହୋଇଛି। ୬ ସହରରେ ଦିନର ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି।

ଅନୁଗୁଳରେ ୪୩.୫, ଝାରସୁଗୁଡ଼ାରେ ୪୩.୦, କେଉଁଝରରେ ୪୦, ସମ୍ବଲପୁରରେ ୪୨.୫, ସୁନ୍ଦରଗଡ଼ରେ ୪୩, ହୀରାକୁଦରେ ୪୧.୪, ଭବାନୀପାଟଣାରେ ୪୧, ବଲାଙ୍ଗୀରରେ ୪୩, ଫୁଲବାଣୀରେ ୪୨.୪, ଟିଟିଲାଗଡ଼ରେ ୪୧.୮, ମାଲକାନଗିରିରେ ୪୦, ସୋନପୁରରେ ୪୩.୫, ନୟାଗଡ଼ରେ ୪୧, ଯାଜପୁରରେ ୪୧, ବରଗଡ଼ରେ ୪୦.୪, ଦେବଗଡ଼ରେ ୪୨.୫ ଓ ନୂଆପଡ଼ାରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ବିଭାଗୀୟ ସୂଚନା ମୁତାବକ, ଉତ୍ତର ପ୍ରଦେଶ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଅନ୍ୟପଟେ ଉତ୍ତର ପଶ୍ଚିମ ରାଜସ୍ଥାନ ଠାରୁ ଏକ ନିମ୍ନ ଚାପ ରେଖା ବାହାରି ଉତ୍ତର ପ୍ରଦେଶ ଓ ବିହାର ହୋଇ ମଣିପୁର ଯାଏଁ ଲମ୍ବିଛି। ତେଣେ ଦକ୍ଷିଣ-ପୂର୍ବ ମଧ୍ୟପ୍ରଦେଶରୁ ବାହାରି ଆଭ୍ୟନ୍ତରିଣ ତାମିଲନାଡ଼ୁ ଯାଏ ଆଉ ଏକ ନିମ୍ନ ଚାପ ରେଖା ଲମ୍ବିଛି। ଏହି ୩ ପ୍ରକାର ବାୟୁ ପ୍ରବାହିତ ହେଉଥିବା ଯୋଗୁ ପାଣିପାଗ ସ୍ଥିତିରେ ପରିବର୍ତ୍ତନ ହେଉଛି। ଏହାର ପ୍ରଭାବରେ କିଛି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହେଉଛି। ତାହାଛଡ଼ା ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗ ବଙ୍ଗୋପ ସାଗରରୁ ଜଳିୟବାଷ୍ପ ପୂର୍ଣ୍ଣ ସାମୁଦ୍ରିକ ବାୟୁ ଓଡ଼ିଶାକୁ ପ୍ରବାହିତ ହେଉଛି। ଉତ୍ତପ୍ତ ବାୟୁ ମଣ୍ଡଳ ସଂସ୍ପର୍ଶରେ ଆସି ଏହା କାଳବୈଶାଖୀ ରୂପ ନେବାର ସମ୍ଭାବନା ସୃଷ୍ଟି କରୁଛି। ତେଣୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି କାଳବୈଶାଖୀ ସ୍ଥିତି ରହିବ ଏବଂ କାଳବୈଶାଖୀ ଜନିତ ବର୍ଷା ହେବ।

ଆସନ୍ତା ୨୪ ଘଣ୍ଟା ଭିତରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୂଆପଡ଼ା କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ୪୦ କିମି ପର୍ଯ୍ୟନ୍ତ ପବନ ହେବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଏହିପରି ରହିବ। ବିଭିନ୍ନ ଜିଲ୍ଲାରେ ପାଗର ପରିବର୍ତ୍ତନ ହୋଇ ବର୍ଷା ଓ ପବନ ହେବ। ଉପକୂଳ ଓଡ଼ିଶାରେ ତାପମାତ୍ରରେ ବିଶେଷ ପରିବର୍ତ୍ତନ ହେବନି। ତେବେ ଅଭ୍ୟନ୍ତରିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୨ରୁ ୩ ଡିଗ୍ରୀ ବଢ଼ି ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

Related story