Advertisment

ଉପକୂଳରେ କମିଛି, ପଶ୍ଚିମ ଓଡ଼ିଶା ଜଳୁଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଛି ଉପକୂଳ ଓଡ଼ିଶାର ତାତି। ହେଲେ ଜଳୁଛି ପଶ୍ଚିମ ଓଡ଼ିଶା। କାଳବୈଶାଖୀ ପ୍ରଭାବରେ ତାତି କମିବ ବୋଲି ଅଶା କରାଯାଉଥିଲେ ହେଁ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କରେ ତାତି ୪୦ ଡିଗ୍ରୀ ତଳକୁ ଖସିବା ନାଁ ଧରୁନି। ଆଜି ରାଜ୍ୟର ୧୮ ସହରରେ ଦିନର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ୫ ସହରରେ ଦିନର ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ସୋନପୁରରେ ସର୍ବାଧିକ ତାତି ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା […]

ଅଦ୍ୟତନ ହୋଇଛି
ଉପକୂଳରେ କମିଛି, ପଶ୍ଚିମ ଓଡ଼ିଶା ଜଳୁଛି

heatwave-odisha

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଛି ଉପକୂଳ ଓଡ଼ିଶାର ତାତି। ହେଲେ ଜଳୁଛି ପଶ୍ଚିମ ଓଡ଼ିଶା। କାଳବୈଶାଖୀ ପ୍ରଭାବରେ ତାତି କମିବ ବୋଲି ଅଶା କରାଯାଉଥିଲେ ହେଁ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କରେ ତାତି ୪୦ ଡିଗ୍ରୀ ତଳକୁ ଖସିବା ନାଁ ଧରୁନି। ଆଜି ରାଜ୍ୟର ୧୮ ସହରରେ ଦିନର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ୫ ସହରରେ ଦିନର ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ସୋନପୁରରେ ସର୍ବାଧିକ ତାତି ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ୪୩.୨ ଡିଗ୍ରୀ ରହିଥିଲା। ସେହିପରି ଦ୍ୱିତୀୟ ସର୍ବାଧିକ ତାତି ବୌଦ୍ଧ ଓ ତୃତୀୟ ସର୍ବାଧିକ ତାତି ଫୁଲବାଣିରେ ଅନୁଭୂତ ହୋଇଥିଲା। ଏଠାରେ ତାପମାତ୍ରା ଯଥାକ୍ରମେ ୪୨.୫ ଓ ୪୨.୨ ଡିଗ୍ରୀ ରହିଥିଲା।

Advertisment

ଅନୁଗୋଳରେ ୪୧.୩, ଝାରସୁଗୁଡ଼ାରେ ୪୧.୪, ସମ୍ବଲପୁରରେ ୪୦.୮, ସୁନ୍ଦରଗଡ଼ରେ ୪୦.୫, ହୀରାକୁଦରେ ୪୦.୪, ଭବାନୀପାଟଣାରେ ୪୦, ବଲାଙ୍ଗୀରରେ ୪୧.୮, ଟିଟିଲାଗଡ଼ ଓ ତାଳଚେରରେ ୪୨, ଯାଜପୁରରେ ୪୦.୨, ଦେଓଗଡ଼ରେ ୪୦.୩, ନୂଆପଡ଼ାରେ ୪୧.୪, ନୟାଗଡ଼ରେ ୪୧.୦, ପାରଳାଖିମୁଣ୍ଡିରେ ୪୧.୫, ମାଲକାନଗିରିରେ ୪୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳରେ ୩୦ରୁ ୪୦ କିମି ପବନ ସହ ହାଲକା ବର୍ଷା ହେବ। ରାଜ୍ୟର ଅନ୍ୟସ୍ଥାନମାନଙ୍କରେ ପାଗ ଶୁଖିଲା ରହିବା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

ଅନ୍ୟପକ୍ଷରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୪ ତାରିଖରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଳଘୁଚାପରେ ପରିଣତ ହେବ। ଏହା ନିଶ୍ଚିତ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ସ୍ପଷ୍ଟ ହୋଇନି। କେହି କେହି କହୁଛନ୍ତି ଏହା ବାତ୍ୟାର ରୂପ ନେଲେ ଓଡ଼ିଶା ପ୍ରଭାବିତ ହୋଇପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe