Advertisment

ବ୍ଲକ ଶିକ୍ଷା ଅଧିକାରୀଙ୍କ ଗାଡ଼ିରୁ ମିଳିଲା ଲକ୍ଷେ ଟଙ୍କା

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ ନାୟକଙ୍କ ଗାଡ଼ିରୁ ୯୯ ହଜାର ୯୫୦ଟଙ୍କା ଜବତ କରିଛି ଭିଜିଲାନ୍ସ। ଆଜି ବ୍ଲକ ଶିକ୍ଷା ଅଧିକାରୀ କୁଚିଣ୍ଡାରୁ ସମ୍ବଲପୁର ଯାଉଥିବା ବେଳେ ସାତକମ ବ୍ରିଜ ନିକଟରେ ଭିଜିଲାନ୍ସ ବିଭାଗ କର୍ମଚାରୀ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ତାଙ୍କ ଗାଡ଼ିରୁ ମୋଟା ଅଙ୍କର ଟଙ୍କା ଜବତ କରିଥିଲେ। ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କୁଚିଣ୍ଡା ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ, ନିଜଘର […]

author-image
Tapaswini Nayak
ଅଦ୍ୟତନ ହୋଇଛି
ବ୍ଲକ ଶିକ୍ଷା ଅଧିକାରୀଙ୍କ ଗାଡ଼ିରୁ ମିଳିଲା ଲକ୍ଷେ ଟଙ୍କା

855555555555444

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ ନାୟକଙ୍କ ଗାଡ଼ିରୁ ୯୯ ହଜାର ୯୫୦ଟଙ୍କା ଜବତ କରିଛି ଭିଜିଲାନ୍ସ। ଆଜି ବ୍ଲକ ଶିକ୍ଷା ଅଧିକାରୀ କୁଚିଣ୍ଡାରୁ ସମ୍ବଲପୁର ଯାଉଥିବା ବେଳେ ସାତକମ ବ୍ରିଜ ନିକଟରେ ଭିଜିଲାନ୍ସ ବିଭାଗ କର୍ମଚାରୀ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ତାଙ୍କ ଗାଡ଼ିରୁ ମୋଟା ଅଙ୍କର ଟଙ୍କା ଜବତ କରିଥିଲେ।

Advertisment

ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କୁଚିଣ୍ଡା ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ, ନିଜଘର ଗାଇସିଲେଟ ଓ  ଶ୍ୱଶୁର ଘର ବିଜେପୁର ଆଦି ୪ଟି ସ୍ଥାନରେ ଚଢ଼ଉ କରାଯାଇଛି। ତେବେ ବ୍ଲକ ଶିକ୍ଷା ଅଧିକାରୀ ସରକାରୀ ଅର୍ଥ ଖର୍ଚ୍ଚ  ହିସାବ ଦେଇପାରୁ ନଥିବା ଜଣାପଡ଼ିଛି। ଏହାସହ ପ୍ରଫୁଲ୍ଲ ଏତେ ଟଙ୍କା ଗାଡ଼ିରେ ନେଇ କୁଆଡେ ଯାଉଥିଲେ,  ତାହାର ତଦନ୍ତ ଚାଲିଛି।

Raid