ଉପକୂଳରୁ ଆଭ୍ୟନ୍ତର ସବୁଠି ଅସହ୍ୟ ଶୀତ, ଆହୁରି ଖସିବ ପାରଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଆଭ୍ୟନ୍ତର ସବୁଠି ଥରାଉଛି କୋହଲା ପବନ । ଆଗାମୀ ଦୁଇରୁ ତିନି ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ତଳେ ରହିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ଶୀତ ବଢିବାକୁ ଥିବାରୁ ୪ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ।  ଏହି ୪ ଜିଲ୍ଲା ହେଉଛି ସୁନ୍ଦରଗଡ, ଝାରସୁଗୁଡା,ବରଗଡ ଏବଂ […]

heavy cold

Niharika Rout
  • Published: Tuesday, 21 December 2021
  • , Updated: 21 December 2021, 03:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଆଭ୍ୟନ୍ତର ସବୁଠି ଥରାଉଛି କୋହଲା ପବନ । ଆଗାମୀ ଦୁଇରୁ ତିନି ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ତଳେ ରହିବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ଶୀତ ବଢିବାକୁ ଥିବାରୁ ୪ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ।  ଏହି ୪ ଜିଲ୍ଲା ହେଉଛି ସୁନ୍ଦରଗଡ, ଝାରସୁଗୁଡା,ବରଗଡ ଏବଂ କନ୍ଧମାଳ  । ଅର୍ଥାତ ଏହି ସବୁ ଜିଲାର ସ୍ଥାନେ ସ୍ଥାନେ ତୀବ୍ର ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତା କାଲି ପାଇଁ ୧୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି  ।

[caption id="attachment_700476" align="aligncenter" width="650"] ଅସହ୍ୟ ଶୀତ ଯୋଗୁ ଫୁଲବାଣୀରେ
ସକାଳୁ ସକାଳୁ କୁହୁଡ଼ି ଆଚ୍ଛାଦିତ କରିଛି।[/caption]

ପାରଦ ତଳମୁହାଁ ହେବା ପରେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ଅନୁଭୂତ ହେବା ସହ ତୁଷାରପାତ ହୋଇଛି  । ଚଳିତ ବର୍ଷ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା  ୩.୫ ଡିଗ୍ରୀ ରହିଛି । ପ୍ରବଳ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଛି।

ଅସହ୍ୟ ଜାଡ଼ ଲୋକଙ୍କୁ ଅସ୍ତବ୍ୟସ୍ତ କରିବା ସହ ସାଧାରଣ ଜୀବନ ଯାତ୍ରା ବେଶ ପ୍ରଭାବିତ ହୋଇଛି। ଦାରିଙ୍ଗବାଡ଼ିର ବିଭିନ୍ନ ସ୍ଥାନରେ ଆଜି ତୁଷାରପାତ ହୋଇଛି । ଅସହ୍ୟ ଜାଡ଼ ସ୍ଥାନୀୟ ଲୋକଙ୍କୁ ଅଧିକ କଷ୍ଟ ଦେଉଥିବା ବେଳେ ଟୁରିଷ୍ଟ  କିନ୍ତୁ ଏହାର ମଜା ଉଠାଉଛନ୍ତି  ।

[caption id="attachment_700475" align="aligncenter" width="650"] ଶିମିଳିପାଳରେ ଘାସ ଉପରେ ବିଚ୍ଛୁରିତ ହୋଇ ପଡ଼ିଛି ତୁଷାରପାତ ।[/caption]

ସେପଟେ ସୁନ୍ଦରଗଡ଼ରେ କୋଇଡ଼ାରେ ଲଗାତର ଦ୍ୱିତୀୟ ଦିନ ପାଇଁ ତୁଷାରପତା ହୋଇଛି ରାସ୍ତାଘାଟ ।  ଘର ଛପର ଚାରିଆଡ଼େ ତୁଷାର ପଡ଼ିଥିବା ଦେଖିବାକୁ ମିଳିଛି । ଏହାସହ ଦୁଇ ଦିନ ହେଲା ପାରଦ ୪ ଡିଗ୍ରୀ ତଳେ ରହିଛି  । ପ୍ରବଳ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ରାତି ୮ଟା ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି । ସେହିପରି ସକାଳୁ ସକାଳୁ ଲୋକେ ଉଠି ନିଆଁ ପୁଉଁଥିବା ମଧ୍ୟ ଦେଖିବାକୁ ମିଳିଛି । ଏମିତିକି ଦିନ ୯ଟା ନ ହେବା ଯାଏ ଲୋକେ ଘରୁ ବାହାରୁ ନାହାନ୍ତି  ।

Related story