ଫେରୁଛି ଜାଡ଼, ତିନି ଦିନ ଥରାଇବ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ତିନି ଦିନ ଧରି ଓଡ଼ିଶାରେ କେତେକ ଜିଲ୍ଲାରେ ଶୀତଳ ଲହର ଅନୁଭୂତ ହୋଇପାରେ। ଆଜିଠାରୁ ଓଡ଼ିଶା ମଧ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ହେଉଥିବାରୁ ୨୮ରୁ ୩୦ ତାରିଖରରେ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଲହରୀ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଓଡିଶା ମଧ୍ୟକୁ ୨୬ ତାରିଖରୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ଶକ୍ତିଶାଳୀ […]

Cold Wave

Manoranjan Sial
  • Published: Wednesday, 26 January 2022
  • , Updated: 26 January 2022, 05:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ତିନି ଦିନ ଧରି ଓଡ଼ିଶାରେ କେତେକ ଜିଲ୍ଲାରେ ଶୀତଳ ଲହର ଅନୁଭୂତ ହୋଇପାରେ। ଆଜିଠାରୁ ଓଡ଼ିଶା ମଧ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ହେଉଥିବାରୁ ୨୮ରୁ ୩୦ ତାରିଖରରେ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଲହରୀ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

https://twitter.com/mcbbsr/status/1486203185190830098?s=20

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିବା ଅନୁସାରେ ୨୮ ତାରିଖରୁ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର ଓ ବଲାଙ୍ଗିର ଜିଲ୍ଲାରେ ଶୀତର ଲହର ଦେଖାଦେଇପାରେ। ସେହିପରି ୨୯ ତାରିଖରେ ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ଅନୁଗୋଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ଶୀତ ଲହର ହୋଇପାରେ। ୩୦ ତାରିଖରେ ମଧ୍ୟ ଶୀତ ଲହର ଜାରି ରହିପାରେ ବୋଲି ଶ୍ରୀ ଦାସ କହିଛନ୍ତି।

https://twitter.com/mcbbsr/status/1486235945871753217?s=20

 

ଗତ ୨୪ ଘଣ୍ଟାରେ ସମ୍ୱଲପୁର ଓ ଗଞ୍ଜାମ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଅନୁଭୂତ ହୋଇଛି। ପାରାଦୀପଠାରେ ଘନକୁହୁଡି ଅନୁଭୂତ ହୋଇଥିବା ବେଳେ ଅନ୍ୟ ସ୍ଥାନରେ ସାମାନ୍ୟ କୁହୁଡି ଦେଖିବାକୁ ମିଳିଛି। ଓଡ଼ିଶା ସମତଳ ଅଞ୍ଚଳରେ ସର୍ବନିମ୍ନ ରାତିର ତାପମାତ୍ର ବଲାଙ୍ଗିରଠାରେ ୧୩.୫ ଡିଗ୍ରୀ ଅନୁଭୂତ ହୋଇଛି।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଓଡ଼ିଶା ଉପରେ ବର୍ତ୍ତମାନ କୌଣସି ପାଣିପାଗର ପ୍ରଭାବ ନାହିଁ। କିନ୍ତୁ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ। କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ଏହାଛଡ଼ା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ କେତେକ ଜିଲ୍ଲାରେ ଘନ କୁହୁଡି ହେବାର ଆଶଙ୍କା କରାଯାଉଛି। ଯେଉଁଠାରେ ଦୃଶ୍ୟମାନ ଦୂରତା ୨୦୦ରୁ ୫୦ ମିଟିର ରହିବ। ଜଗତସିଂହପୁର, କଟକ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି ବୋଲି ଶ୍ରୀ ଦାସ କହିଛନ୍ତି।

https://twitter.com/mcbbsr/status/1486245080617086977?s=20

Related story