Advertisment

ଦୁର୍ଗା ପୂଜା ପରି କୁଆଁର ପୂର୍ଣ୍ଣିମାରେ ଭିଜିବ ଓଡ଼ିଶା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ଗା ପୂଜା ପରେ କୁଆଁର ପୂର୍ଣ୍ଣିମାରେ ଭିଜିବ ଉପକୂଳ ଓଡ଼ିଶା। ଅକ୍ଟୋବର ୯ ତାରିଖ କୁଆଁର ପୂର୍ଣ୍ଣିମାରେ ରାଜ୍ୟର ଦକ୍ଷିଣ ଉପକୂଳରେ ବଢିବ ବର୍ଷାର ପରିମାଣ। ୧୦ ତାରିଖରେ ମଧ୍ୟ ଉପକୂଳବର୍ତ୍ତୀ କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।  🔜କୁଆଁର-ପୂର୍ଣ୍ଣିମାରେ ଭିଯିବ ଉପକୂଳ ଓଡିଶା !!! ✔️୯ ଅକ୍ଟୋବର, କୁଆଁର-ପୂର୍ଣ୍ଣିମାରେ ରାଜ୍ୟର ଦକ୍ଷିଣ ଉପକୂଳରେ ବଢିବ ବର୍ଷାର ପରିମାଣ !!! […]

ଅଦ୍ୟତନ ହୋଇଛି
ପୂଜାକୁ ଫିକା କଲା ବର୍ଷା, ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

Rain

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ଗା ପୂଜା ପରେ କୁଆଁର ପୂର୍ଣ୍ଣିମାରେ ଭିଜିବ ଉପକୂଳ ଓଡ଼ିଶା। ଅକ୍ଟୋବର ୯ ତାରିଖ କୁଆଁର ପୂର୍ଣ୍ଣିମାରେ ରାଜ୍ୟର ଦକ୍ଷିଣ ଉପକୂଳରେ ବଢିବ ବର୍ଷାର ପରିମାଣ। ୧୦ ତାରିଖରେ ମଧ୍ୟ ଉପକୂଳବର୍ତ୍ତୀ କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। 

Advertisment

https://twitter.com/mcbbsr/status/1578310206634983424?s=20&t=08we7YHLSeuIAtxlGYvVCA

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ ଅନୁସାରେ ୯ ତାରିଖରୁ ବର୍ଷାର ପରିମାଣ ପଢ଼ିବ। ରାଜ୍ୟ ଅଧିକାଂଶ ଜିଲ୍ଲାରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୯ ତାରିଖ ସକାଳ ସାଢ଼େ ୮ଟାରୁ ୧୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସିଏମ୍‌ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ସେହିପରି ୧୦ ତାରିଖ ସକାଳ ସାଢ଼େ ୮ଟାରୁ ୧୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସିଏମ୍‌ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

https://twitter.com/mcbbsr/status/1578300617016999937?s=20&t=08we7YHLSeuIAtxlGYvVCA

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe