ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୯ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଆସନ୍ତାକାଲି ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଆସନ୍ତାକାଲି ମଧ୍ୟ ୧୩ଟି ଜିଲ୍ଲାରେ ମଧ୍ୟ ଝଡ଼ତୋଫାନ ସହ ବଜ୍ରପାତ ହେବା ନେଇ ସତର୍କ ସୂଚନା ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- କନ୍ଧମାଳ, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ,କେନ୍ଦୁଝର, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର।
ଆସନ୍ତା ୯ରୁ ୧୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଘୁଚାପ ବର୍ଷା ହେବାର ସମ୍ଭାବନା ରହିଛି। ୧୨ ତାରିଖ ପରେ ପାଗରେ ପରିବର୍ତ୍ତନ ହୋଇ ଶୁଖିଲା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ପୁଣି ପାଣ୍ଡିଆନଙ୍କ ପାଇଁ ଢାଲ ହେଲେ ନବୀନ: ବିଜେଡିରେ ଅରାଜକତା, ମେଳିକୁ ମିଳିଲା ବଳ, ବିଭାଜନ ଆସନ୍ନ
ପାଣ୍ଡିଆନଙ୍କୁ ନେଇ ଦଳରେ ବଢ଼ୁଥିବା ଅସନ୍ତୋଷ ଓ ମେଳିକୁ ଦେଖି ଆଜି ସନ୍ଧ୍ୟାରେ ନବୀନ ନାଟକୀୟ ଢଙ୍ଗରେ ଦୁଇଟି ଜାତୀୟ ନ୍ୟୁଜ ଏଜେନ୍ସୀକୁ ଡକାଇ ବୟାନ ଦେଇଛନ୍ତି ।

Politics
କେବେ ଓଡ଼ିଶା ପାଇବ ବକେୟା ଟିକସ?
ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ କାର୍ଯ୍ୟକାରୀ ହେଲେ ନାଲକୋ ଭଳି ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକୁ ବିଭିନ୍ନ ଖଣି-ଭିତ୍ତିକ ରାଜ୍ୟକୁ 70 ହଜାର କୋଟି ଟଙ୍କା ଓ ଘରୋଇ କମ୍ପାନୀଗୁଡ଼ିକୁ 80 ହଜାର କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ଆକଳନ କରାଯାଇଛି।

Special
ଚିନ୍ତାରେ ଚିନ୍ତାମଣିପୁର ଗ୍ରାମବାସୀ
୨୫ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ରାଜ୍ୟରେ ସରକାର କରିଥିଲା। କିନ୍ତୁ ତା’ ମଧ୍ୟରେ କଟକ ଜିଲ୍ଲାରେ ଥିବା ଚିନ୍ତାମଣିପୁର ଗାଁ ଲୋକଙ୍କ ସମସ୍ୟା ଦୂର ହୋଇପାରିଲା ନାହିଁ।

Politics
ଚରମରେ ପହଂଚିଲାଣି ବିଜେଡି ବିଶୃଙ୍ଖଳା : ନବୀନ ବିନ୍ଦାସ, ପୁଣି ବବି ଦେଖାଇଲେଣି ମାମଲାତି
ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଆତ୍ମଘୋଷିତ କ୍ରୀତଦାସ ପ୍ରଣବପ୍ରକାଶ ଦାସ ଓରଫ ବବି ଆଜି ଦୀର୍ଘଦିନ ପରେ ପୁଣିଥରେ ନବୀନ ନିବାସରେ ନିଜର ମାମଲାତି ଦେଖାଇବା ଆରମ୍ଭ କରିଛନ୍ତି।

Guest Column
ଏକ ରାଜନୈତିକ ବିପର୍ଯ୍ୟୟ ଓ ଉତ୍ତୀର୍ଣ୍ଣ ହେବାର ସଂକଳ୍ପ
କେବଳ ଗୋଟିଏ ବିକଳ୍ପ ଭାବେ ଅନ୍ୟ ଏକ ରାଜନୈତିକ ଦଳ ମୁଣ୍ଡ ଟେକି ଉଠିଲେ ହୁଏତ ବିଜେଡିର ବିଦ୍ରୋହୀମାନେ ସେଥିରେ ସାମିଲ ହୋଇ ଆଗକୁ ପାଦ ବଢ଼ାଇବାର ବିଚାର କରିପାରନ୍ତେ।