Advertisment

୮ ଯାଏଁ ପ୍ରବଳ ବର୍ଷା, ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁଚାପ ଯୋଗୁ ୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଅନ୍ୟପକ୍ଷରେ ବର୍ଷା ପରେ ବନ୍ୟାର ମୁକାବିଲା ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଏସଆରସି। ଲଘୁଚାପ ପ୍ରଭାବରେ ଆସନ୍ତାକାଲି କାଲି ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୋନପୁର, ବରଗଡ଼, ସମ୍ବଲପୁର, […]

ଅଦ୍ୟତନ ହୋଇଛି
ପ୍ରବଳ ବର୍ଷା ଆଶଙ୍କା, ଜିଲ୍ଲାପାଳଙ୍କୁ ପୁଣି ଆଲର୍ଟ ଜାରି

rain

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁଚାପ ଯୋଗୁ ୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଅନ୍ୟପକ୍ଷରେ ବର୍ଷା ପରେ ବନ୍ୟାର ମୁକାବିଲା ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଏସଆରସି।

Advertisment

ଲଘୁଚାପ ପ୍ରଭାବରେ ଆସନ୍ତାକାଲି କାଲି ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲାକୁ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରିଛି। ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୋଳ, ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଓ ବଲାଙ୍ଗିର, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ଏସଆରସି ଚିଠି ଲେଖିଛନ୍ତି। ସମ୍ଭାବ୍ୟ ବନ୍ୟାସ୍ଥିତି ଓ ଭୂସ୍ଖଳନ ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର ଓ ଖାଦ୍ୟ ପାନୀୟ ବ୍ୟବସ୍ଥା ସୁନିଶ୍ଚିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

Advertisment

ଲଗାଣ ବର୍ଷାର ପ୍ରଭାବରେ ରାଜ୍ୟର ବିଭିନ୍ନ ନଦୀରେ ବଢିଛି ଜଳସ୍ତର ଆଜି ଅପରାହ୍ଣ ସୁଦ୍ଧା ବୈତରଣୀର ଜଳସ୍ତର ବଢୁଥିବା ଲକ୍ଷ୍ୟ କରାଯାଇଛି। ଭଦ୍ରକ ଆଖୁପଦାଠାରେ ବୈତରଣୀ ଏବେ ବିପଦ ସଙ୍କେତ ଉପରେ ବହୁ ଥିବାରୁ ଏହାକୁ ନେଇ ଆତଙ୍କିତ ହୋଇଛନ୍ତି ନଦୀ କୂଳିଆ ଗାଁ ଲୋକେ।

ହଠାତ ବନ୍ୟା ଆସିବାରୁ ନୂଆପଡ଼ା ଜିଲ୍ଲା ଦେଇ ଯାଇଥିବା ଉଦନ୍ତୀ ନଦୀରେ ଫସିଛନ୍ତି ୧୫ ଲୋକଙ୍କ ସହ ବହୁ ଗୋରୁ। ସିନାପାଲି ବ୍ଲକ ଫୁରସୁଣ୍ଡ ଅଞ୍ଚଳର କିଛି ଲୋକ ଗାଈପଲ ସହ ନଦୀପଠାକୁ ଯାଇଥିବା ବେଳେ ହଠାତ୍ ବନ୍ୟା ଆସିବାରୁ ସେମାନେ ଫସି ଯାଇଥିଲେ। ସିନାପାଲି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛନ୍ତି।

ଏଣେ ଅନୁଗୋଳ ଜିଲ୍ଲା ପାଲଲହଡ଼ାରେ ମଧ୍ୟ ବର୍ଷା ଯୋଗୁଁ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ଝୁମ୍ପୁରି, ଅନ୍ଧାରୀ ଓ ନୁଡେଇ ନାଳରେ ବନ୍ୟା ଆସିବାରୁ ବ୍ଲକର ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିଭଳି ଖମାର ଥାନା ଓଡ଼ଶ ଗାଁର ଶୁଶାନ୍ତ ନାୟକ ନାମକ ଜଣେ ଯୁବକ ନାଳରେ ଭାସି ନିଖୋଜ ଥିବା ଅଭିଯୋଗ ହୋଇଛି।

ସେହିଭଳି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବୁଢାମ୍ବ ଚମ୍ପେଇତପୁର ନାଳ ଉପରେ ପାଣି ଚାଲୁଥିବାରୁ ବୁଢାମ୍ବ ଓ ପୁରୁଷୋତ୍ତମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଲଗାଣ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀ ଫୁଲି ଉଠିଥିବାରୁ ବିଭିନ୍ନ ଛୋଟବଡ଼ ନାଳରେ ବନ୍ୟା ଆସିଛି। ଫଳରେ ବୀରମହାରାଜପୁରରୁ ରେଢ଼ାଖୋଲ, ବଉଦ ଓ ଆଠମଲ୍ଲିକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe