Advertisment

ଆସୁଛି ଆଉ ଏକ ପଶ୍ଚିମା ଝଡ଼, ୨୩ରେ ଦେଖାଇବ କୋପ!

ଉଜୁଡି ଯାଇଛି ହେକ୍ଟର ହେକ୍ଟର ଅଂଚଳରେ ହୋଇଥିବା ସବୁଜ ପନିପରିବା। ବରୀ, ବିଂଝାରପୁର ଓ ଦଶରଥପୁର ଅଂଚଳରେ ବ୍ୟାପକ ପରିବା ଫସଲ ନଷ୍ଟ ହୋଇଯାଇଛି। ବିଲରେ ପାଣି ଜମି ରହିଛି।

author-image
Manoranjan Sial
Rayagada

Rayagada

ଆସୁଛି ଆଉ ଏକ ପଶ୍ଚିମା-ଝଡ଼! ମାର୍ଚ୍ଚ ୨୩ ତାରିଖ ବେଳକୁ ଭାରତର ଉତ୍ତର-ପଶ୍ଚିମ ଭାଗକୁ ଏକ ପଶ୍ଚିମା-ଝଡ଼ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଝଡ଼ ତୋଫାନ୍‌ ବର୍ଷା ହେବାର ସମ୍ଭାବନା ରହିଛି।

Advertisment

ଅନ୍ୟପକ୍ଷରେ ପଶ୍ଚିମା ଝଡର ଯୋଗୁ ରାୟଗଡାରେ ଟାଇଁ ଟାଇଁ କୁଆପଥର ମାଡ଼ ହେଉଛି। ପ୍ରବଳ ଝଡତୋଫାନ ସାଙ୍ଗକୁ କୁଆପଥର ମାଡରେ ଉଡିଯାଇଛି ଆଜବେଷ୍ଟସ। ଉଜୁଡିଯାଇଛି ଘରଦ୍ୱାର ଛପର। କଲ୍ୟାଣସିଂହପୁରର ପାରାମାଲି ଗାଁ ଓ କାଶୀପୁରର ଚନ୍ଦପୁରରେ ଏପରି କରାଳ ରୂପ ଦେଖାଇଛି ପ୍ରକୃତି। ବଲାଙ୍ଗୀରରେ ଚାଷୀ ପାଇଁ କାଳ ହୋଇଛି କୁଆପଥର। ନଷ୍ଟ ହୋଇଯାଇଛି ସୁନାର ଫସଲ। ଅଦିନିଆ ବର୍ଷା ଧୋଇ ନେଇଛି ଚାଷୀର ସମ୍ପତ୍ତି। କ୍ଷୟକ୍ଷତିର ହିସାବ ନାହିଁ। ଝଡ ତୋଫାନ ଓ ବର୍ଷା ଯୋଗୁ ସୁବର୍ଣ୍ଣପୁର ବିନିକାରେ ଗଛ ପଡି ରାସ୍ତା ଅବରୋଧ ହୋଇଯାଇଛି।

ଠିକ୍‌ ସେମିତି ସାଲେପୁରରେ କୁଆପଥର ବର୍ଷା ହୋଇଛି। ଦେଖୁ ଦେଖୁ ସବୁ ଉଜାଡି ଦେଇଥିଲା। ଝଡ଼ତୋଫାନ୍‌ରେ ଭେଡା ଅଂଚଳର ବରାହିପୁର ଗାଁରେ ୮ ବଖରା ଉଡି ଯାଇଛି। ସେହିପରି ନୟାଗଡ଼ ଦଶପଲ୍ଲାରେ ମଧ୍ୟ କରାଳ ରୂପ ଦେଖାଇଛି ପଶ୍ଚିମାଝଡ। ଏମିତି ବେଗରେ ହଠାତ୍‌ କୁଆପଥର ମାଡ ହୋଇଥିଲା ଯେ, ସବୁ ଅଟକିଯାଇଥିଲା ରାସ୍ତା ଉପରେ। ପ୍ରବଳ ବର୍ଷା ସାଙ୍ଗକୁ ଝଡ ତୋଫାନରେ ଉପୁଡିପଡିଥିଲା ବଡ଼ ବଡ଼ ଗଛ।

Advertisment

ଯାଜପୁରରେ ପନିପରିବାର ଅବସ୍ଥା ତ ନକହିଲେ ଭଲ। ଉଜୁଡି ଯାଇଛି ହେକ୍ଟର ହେକ୍ଟର ଅଂଚଳରେ ହୋଇଥିବା ସବୁଜ ପନିପରିବା। ବରୀ, ବିଂଝାରପୁର ଓ ଦଶରଥପୁର ଅଂଚଳରେ ବ୍ୟାପକ ପରିବା ଫସଲ ନଷ୍ଟ ହୋଇଯାଇଛି। ବିଲରେ ପାଣି ଜମି ରହିଛି। ଆଉ ତାହାରି ଭିତରେ ଗଛରୁ ଝଡିପଡି ପଚୁଛି ବାଇଗଣ, ଜହ୍ନି, ପୋଟଳ, ଟମାଟ ଭଳି ପରିବା।

ସେପଟେ କେନ୍ଦ୍ରାପଡାରେ ପଶ୍ଚିମା ଝଡ ପ୍ରଭାବରେ ମାଟିରେ ଲୋଟି ପଡିଛି ବଡ ବଡ ଗଛ। ତିନି ଦିନ ହେଲା ରହି ରହି ବର୍ଷା ହେଉଛି। ପ୍ରବଳ ପବନ ଯୋଗୁ ରାସ୍ତା କଡ଼କୁ ଖସିଯାଇଛି ଅଗ୍ନିଶମ ଗାଡ଼ି।

Rain Alert Weather