/odisha-reporter/media/post_attachments/uploads/2020/08/malkangiri-11100000000000.jpg)
malkangiri
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ୫ ଦିନ ହେବ ବର୍ଷା ଲାଗି ରହିଛି। ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର କାଙ୍କରକୋଣ୍ଡା ପୋଲ ଉପରେ ୮ ରୁ ୧୦ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି। ତେଣୁ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।/odisha-reporter/media/post_attachments/wp-content/uploads/2020/08/malkangiri-77000.jpg)
ଏଥିସହ କନ୍ୟାଶ୍ରମ ପୋଲରେ ବି ବନ୍ୟପାଣି ପ୍ରବାହିତ ହେଉଥିବାରୁ କାଲିମେଳା-ପଡ଼ିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବର୍ଷା ଯୋଗୁ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଅନେକ ମାଟିଘର ମଧ୍ୟ ଭାଙ୍ଗି ଯାଇଛି।/odisha-reporter/media/post_attachments/wp-content/uploads/2020/08/malkangiri-3399.jpg)
ଲଗାଣ ବର୍ଷା ଯୋଗୁ ମାଲକାନଗିରି ସୀମା ମୋଟୁର ମୁଗି ପଏଣ୍ଟ ବୁଡ଼ି ଯାଇଛି। ମୋଟୁରରେ ରହୁଥିବା ତଳିଆ ଅଞ୍ଚଳ ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।/odisha-reporter/media/post_attachments/wp-content/uploads/2020/08/sambalipur-66000000.jpg)
ଅନ୍ୟପକ୍ଷରେ ପୋଟେରୁ,ଏମ୍ଭି- ୩୭ ଓ ପାଙ୍ଗାମା ପୋଲ ଉପରୁ ପାଣି କମିଛି। ତେଣୁ ଆଜି ସକାଳେ ମାଲକାନଗିରିରୁ ବାଲିମେଳା ଓ ମାଲକାନଗିରିରୁ ଜୟପୁରକୁ ଯୋଗାଯୋଗ ସ୍ୱାଭାବିକ ହୋଇଛି। ତେବେ ୧୯ ତାରିଖରେ ଆଉ ଏକ ଲଘୁଚାପ ଆସିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଜିଲ୍ଲାବାସୀ ଭୟଭୀତ ହୋଇ ପଡ଼ିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
