Advertisment

ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ। ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ଗତକାଲି ରାଜଧାନୀ ସମେତ ଅନ୍ୟ କେତେକ ସ୍ଥାନରେ ପ୍ରବଳ ଘଡ଼ଘଡ଼ି ସହ ମୂଷଳ ଧାରାରେ ବର୍ଷା ରେକର୍ଡ ହୋଇଛି।  ଲଘୁଚାପଜନିତ ଏହି ବର୍ଷା ଆସନ୍ତା ୪-୫ ଦିନ ଧରି ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି। ବିଶେଷ କରି ୪ଟି […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଅଗଷ୍ଟରେ ୪୬.୯% ବେଶୀ ବର୍ଷା: ୪୪ଟି ବ୍ଲକରେ ନିଅଣ୍ଟିଆ ବର୍ଷା

rain

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ। ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ଗତକାଲି ରାଜଧାନୀ ସମେତ ଅନ୍ୟ କେତେକ ସ୍ଥାନରେ ପ୍ରବଳ ଘଡ଼ଘଡ଼ି ସହ ମୂଷଳ ଧାରାରେ ବର୍ଷା ରେକର୍ଡ ହୋଇଛି।  ଲଘୁଚାପଜନିତ ଏହି ବର୍ଷା ଆସନ୍ତା ୪-୫ ଦିନ ଧରି ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି।

Advertisment

ବିଶେଷ କରି ୪ଟି ଜିଲ୍ଲାରେ ଅତି ପ୍ରବଳ ଏବଂ ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଏବଂ ଅନୁଗୁଳ ଜିଲ୍ଲାରେ ଅତି ପ୍ରବଳ ଏବଂ ଖୋର୍ଦ୍ଧା, କଟକ, ଗଜପତି, ରାୟଗଡ଼ା, ନୟାଗଡ଼, ବୌଦ୍ଧ, ପୁରୀ, ବଲାଙ୍ଗିର, ଜଗତସିଂପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହାସହ ତଳିଆ ଅଞ୍ଚଳ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିଶନର୍ ।

Advertisment
Rain