Advertisment

ତାଉ ଦେଖାଇଲା ପଶ୍ଚିମ ଝଡ଼, ପ୍ରବଳ ଛେଚିଲା!

କୁଆପଥର ମାଡ଼ରେ କାଶୀପୁର ଉପରକଞ୍ଜାକଣା ଗାଁର ୨ ମହିଳା ଗୁରୁତର ଆହଜ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହୋଇଛି।

author-image
Manoranjan Sial
Rain

Rain

ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଦୀର୍ଘ ଦିନର ଗ୍ରୀଷ୍ଣ ପ୍ରବାହ ପରେ ଆଜି ଥଣ୍ଡା ପଡ଼ିଛି ଉତ୍ତର ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ, ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସମ୍ବଲପୁରର ଓ ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନ। ଏସବୁ ଜିଲ୍ଲାର ସ୍ଥାନେ ସ୍ଥାନେ ଆଜି ପବନ ଓ ଘଡ଼ଘଡ଼ି ସହ ଭଲ ବର୍ଷା ହୋଇଛି। କୁଆପଥର ମାଡ଼ରେ କାଶୀପୁର ଉପରକଞ୍ଜାକଣା ଗାଁର ୨ ମହିଳା ଗୁରୁତର ଆହଜ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହୋଇଛି।

Advertisment

ପଶ୍ଚିମା ଝଡ଼ ପ୍ରଭାବରେ ବାଲେଶ୍ୱର ସହର ଆକାଶରେ ଆଜି ହଠାତ କଳା ହାଣ୍ଡିଆ ମେଘ ଘୋଟି ଆସିଥିଲା। କିଛି ସମୟ ପରେ ଆରମ୍ଭ ହୋଇଥିଲା ବର୍ଷା। ପବନ ଓ ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା ମଧ୍ୟ ହୋଇଥିଲା। ସେହିଭଳି ନୀଳଗିରିରେ ମୂଷଳ ଧାରାରେ ଘଣ୍ଟାଏ ଧରି ବର୍ଷା ହୋଇଥିଲା। ବଜ୍ରାଘାତରେ ନୀଳଗିରି ଅଯୋଧ୍ୟା ପଞ୍ଚାୟତ ପ୍ରତାପପୁର ଗାଁରେ ଏକ ଭଙ୍ଗାଘରେ ଆଶ୍ରୟ ନେଇଥିବା ୧୩ଟି ଗୋରୁ ପ୍ରାଣ ହରାଇଛନ୍ତି।

ସେପଟେ ରାୟଗଡ଼ାରେ ବର୍ଷା ସାଙ୍ଗକୁ ଝଡତୋଫାନ ଦେଖିବାକୁ ମିଳିଥିଲା। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ପ୍ରବଳ କୁଆପଥର ବର୍ଷା ହୋଇଛି। ଏଠାରେ ରାସ୍ତା ଓ ସମତଳ ଭୂମିରେ ପଡ଼ିଥିବା କୁଆପଥର କାଶ୍ମୀରରେ ବରଫ ଝଡ଼ର ଭ୍ରମ ସୃଷ୍ଟି କରିଛି। ସେପଟେ ଝଡତୋଫାନରେ କିଛି ଆଜବେଷ୍ଟସ ଘର ଛାଉଣୀ ଉଡିବା ସହ ଦୁଇ ଜଣ ମହିଳା ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ସେପଟେ ଆସନ୍ତାକାଲି ପାଇଁ ରାଜ୍ୟର ୧୭ଟି ଜିଲ୍ଲାକୁ ବର୍ଷା ଓ ଘଡ଼ଘଡ଼ି ନେଇ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Balasore Bhubaneswar News Rain Weather