/odisha-reporter/media/post_attachments/uploads/2020/02/bolangir-22.jpg)
bolangir
ଫୁଲବାଣୀ/ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆଜି ସକାଳ ୫ଟାରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେଉଛି। ତେବେ ସକାଳ ୯ଟା ପରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେତେକ ଘରର ଆଜବେଷ୍ଟସ ଭାଙ୍ଗି ଯାଇଛି। ପେଞ୍ଜିସାହିରେ ଥିବା ଏକ କୋଚିଂ ସେଣ୍ଟରର ଘର ଛପର ଉଡ଼ିଯିବା ଫଳରେ କୋଚିଂ ସେଣ୍ଟରରେ ଥିବା କିଛି ପିଲା ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହ ତେରାଗୁଡ଼ା, ବେଞ୍ଜିସାହି, ମାଦିକୁନ୍ଦା ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି।/odisha-reporter/media/post_attachments/wp-content/uploads/2020/02/phulbani-23.jpg)
Advertisment
ସେହିପରି ବଲାଙ୍ଗିର ସହରରେ ମଧ୍ୟ ବର୍ଷାର ବିତ୍ପାତ ଦେଖିବାକୁ ମିଳିଛି। ଗତକାଲି ରାତିରୁ ଏଠାରେ ଝଡ଼ ତୋଫାନ ବର୍ଷା ଲାଗି ରହିଛି। ଫଳରେ କିଛି ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିବାରୁ ରାତିରୁ ସହରରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ଏଠାରେ ମଧ୍ୟ ଅନେକ ଘରର ଆଜବେଷ୍ଟସ ଉଡ଼ିଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
