/odisha-reporter/media/post_attachments/uploads/2021/05/rain.jpg)
Heavy rain
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
Advertisment
ରାଜ୍ୟରେ ଉପକୂଳବର୍ତ୍ତି ଜିଲ୍ଲା ଏବଂ ମାଲକାନଗିରି, ରାୟଗଡ଼ା, କନ୍ଧମାଳଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହୋଇପାରେ । ଗୋଟିଏ ଦୁଇଟି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ବି ହୋଇପାରେ ।
ଅପରପକ୍ଷେ, ଆରବ ସାଗରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବ ବୋଲି ଅନୁମାନ କରାଯାଇଛି । ଭାରତୀୟ ପାଣିପାଗ କାର୍ଯ୍ୟାଳୟର ସୂଚନା ଅନୁସାରେ, ଦକ୍ଷିଣ ପୂର୍ବ ଆରବ ସାଗରରେ ଗୋଟିଏ ଘୂର୍ଣ୍ଣିବଳୟ ଦେଖା ଦେଇଛି । ତେବେ ଏହା ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେଇପାରେ । ଏହା ଆସନ୍ତାକାଲି ସୁଦ୍ଧା ଲାକ୍ଷାଦୀପ ଉପରେ କେନ୍ଦ୍ରୀଭୂତ ହୋଇ ଅବପାତର ରୂପ ନେଇପାରେ ।
Advertisment
ସାମୁଦ୍ରିକ ଝଡ଼ର ରୂପ ନେବା ପରେ ଏହାର ନାଁ ‘ତାଉକତେ’ ରହିବ ।ଏହା ଘନୀଭୂତ ହେବା ସହ ଉତ୍ତର- ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ଆକଳନ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
