Advertisment

୪ ଯାଏ ବର୍ଷା ଆଶଙ୍କା, ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଆଜି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ କନ୍ଧମାଳକୁ ବଜ୍ରପାତ ଓ୍ୱାର୍ଣ୍ଣିଂ ଜାରି କରିଛି। ସେହିଭଳି ରାୟଗଡ଼ା, ମାଲକାନଗିରି ଓ କୋରାପୁଟକୁ ମଧ୍ୟ ବଜ୍ରପାତ ଓ ଝଡ଼ବର୍ଷା ସତର୍କତା ଜାରି ହୋଇଛି। ଅନ୍ୟପକ୍ଷରେ ଆସନ୍ତାକାଲି ପାଇଁ ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଏଠାରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଯାଜପୁର, […]

୪ ଯାଏ ବର୍ଷା ଆଶଙ୍କା, ଜାରି ହେଲା ୟେଲୋ ୱାର୍ଣ୍ଣିଂ

rain

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଆଜି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ କନ୍ଧମାଳକୁ ବଜ୍ରପାତ ଓ୍ୱାର୍ଣ୍ଣିଂ ଜାରି କରିଛି। ସେହିଭଳି ରାୟଗଡ଼ା, ମାଲକାନଗିରି ଓ କୋରାପୁଟକୁ ମଧ୍ୟ ବଜ୍ରପାତ ଓ ଝଡ଼ବର୍ଷା ସତର୍କତା ଜାରି ହୋଇଛି।

Advertisment

ଅନ୍ୟପକ୍ଷରେ ଆସନ୍ତାକାଲି ପାଇଁ ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଏଠାରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରିରୁ ମଧ୍ୟ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ସୂଚନା ରହିଛି।

ସେହିଭଳି ପହର ଦିନ ଅନୁଗୁଳ,  ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିଭଳି ମାଲକାନଗିରି, କୋରାପୁଟ, ରାୟଗଡ଼ା, ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର ଏବଂ ବଲାଙ୍ଗୀର ଆଦି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଅଛି। ଏଥିପାଇଁ ବି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

୩ ଓ ୪ ତାରିଖରେ ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଆଦି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ଅନୁମାନ କରାଯାଇଛି। ପାଣିପାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୫ ତାରିଖରେ ବି ରାଜ୍ୟର ବେଶ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe