Advertisment

୧୪ ଯାଏଁ କୁଆପଥର ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କିଛି ଅଞ୍ଚଳରେ କୁଆପଥର ସହ ପ୍ରବଳ ବର୍ଷା ସମ୍ଭାବନା। ପାଣିପାଗ ବିଭାଗର ସୂଚନା ଅନୁସାରେ ୧୪  ଯାଏଁ ଓଡ଼ିଶାରେ ବର୍ଷା ବଢ଼ିପାରେ। ଏନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭଗ। ଏହି ୧୧ ଜିଲ୍ଲା ମଧ୍ୟରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲା ରହିଛି। ଏହା ବ୍ୟତୀତ  କଳାହାଣ୍ଡି, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ […]

ଅଦ୍ୟତନ ହୋଇଛି
ବର୍ଷା ବିତ୍ପାତ୍ତ ଯୋଗୁ ଗଲାଣି ୮ ଜୀବନ, ୨୩ ଜିଲ୍ଲାରେ ସ୍କୁଲ ବନ୍ଦ

Rain

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କିଛି ଅଞ୍ଚଳରେ କୁଆପଥର ସହ ପ୍ରବଳ ବର୍ଷା ସମ୍ଭାବନା। ପାଣିପାଗ ବିଭାଗର ସୂଚନା ଅନୁସାରେ ୧୪  ଯାଏଁ ଓଡ଼ିଶାରେ ବର୍ଷା ବଢ଼ିପାରେ। ଏନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭଗ। ଏହି ୧୧ ଜିଲ୍ଲା ମଧ୍ୟରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲା ରହିଛି।

Advertisment

ଏହା ବ୍ୟତୀତ  କଳାହାଣ୍ଡି, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗିର ଜିଲ୍ଲାର  ଅନେକ ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।  ଅନ୍ୟପଟେ ନବରଙ୍ଗପୁର,  ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଜିଲ୍ଲାର କିଛି ଅଞ୍ଚଳରେ ବଜ୍ରପାତ ସହ ଘଡ଼ଘଡି ଓ ବର୍ଷା ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ।

ମଙ୍ଗଳବାର ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ କୁଆପଥର ମାଡ଼ ସହ ପ୍ରବଳ ବର୍ଷ ହୋଇଛି। ଉମରକୋଟ ବ୍ଲକର ଉମରକୋଟ ସହର ସମେତ ଚିକଲପଦର, ବୁର୍ଜା, ସୁନାବେଡ଼ା, ଦର୍ଗାଗୁଡ଼ା ଆଦି ସ୍ଥାନରେ ପ୍ରବଳ କୁଆପଥର ବର୍ଷା ହୋଇଛି। ଫଳରେ ଅନେକ ପନିପରିବା ଫସଲ ନଷ୍ଟ ହୋଇଯାଇଥିବା ଅଭିଯୋଗ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe