Advertisment

ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଟ୍ୱିନ ସିଟିରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଜି ଦିନ ୧୧ଟା ୩୦ ପର୍ଯ୍ୟନ୍ତ କଟକ-ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।  ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳ ବର୍ଷାରେ ରାସ୍ତା ଜାମ୍ ହେବା, ଖସଡ଼ା ହେବା, ଦୃଶ୍ୟମାନ ଦୂରତା କମିଯିବା, କେତେକ ସ୍ଥାନରେ ପାଣି ଜମିବାର ଆଶଙ୍କା ଦେଖାଦେଇଛି।  ତେଣୁ ପାଣି ନିଷ୍କାସନର ବ୍ୟବସ୍ଥା କରାଯିବା ସହିତ ଯଥାସମ୍ଭବ ଚଳପ୍ରଚଳ କମ୍ କରିବାକୁ କୁହାଯାଇଛି । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଲଘୁଚାପ ୱେଲ ମାର୍କଡ୍‌ରେ […]

author-image
Niharika Rout
ଅଦ୍ୟତନ ହୋଇଛି
ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଟ୍ୱିନ ସିଟିରେ ଘଡ଼ଘଡ଼ି ସହ ବର୍ଷା

rain-bbsr

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଜି ଦିନ ୧୧ଟା ୩୦ ପର୍ଯ୍ୟନ୍ତ କଟକ-ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।  ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Advertisment

ପ୍ରବଳ ବର୍ଷାରେ ରାସ୍ତା ଜାମ୍ ହେବା, ଖସଡ଼ା ହେବା, ଦୃଶ୍ୟମାନ ଦୂରତା କମିଯିବା, କେତେକ ସ୍ଥାନରେ ପାଣି ଜମିବାର ଆଶଙ୍କା ଦେଖାଦେଇଛି।  ତେଣୁ ପାଣି ନିଷ୍କାସନର ବ୍ୟବସ୍ଥା କରାଯିବା ସହିତ ଯଥାସମ୍ଭବ ଚଳପ୍ରଚଳ କମ୍ କରିବାକୁ କୁହାଯାଇଛି ।

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଲଘୁଚାପ ୱେଲ ମାର୍କଡ୍‌ରେ ପରିଣତ ହେବା ପରେ ଆଜି ଏହା ଅବପାତର ରୂପ ନେଇପାରେ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଏବଂ କ୍ରମେ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ । ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ।

Advertisment

ଏହା ପ୍ରଭାବରେ ୧୬ଟି ଜିଲ୍ଲାରେ ପ୍ରବଳ କିମ୍ବା ଅତି ପ୍ରବଳ ବର୍ଷା ହେବା ନେଇ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୬ଟି ଜିଲ୍ଲା ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ବେଳେବେଳେ ପବନର ବେଗ ୬୦ କିମିକୁ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଥିଯୋଗୁଁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ଯିବାକୁ ବାରଣ କରାଯାଇଛି ।