Advertisment

ଘନୀଭୂତ ହେଉଛି ଲଘୁଚାପ, ୨ ଦିନ ଧୁମ୍‌ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରର ଉତ୍ତର ପୂର୍ବ ଭାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ଆସନ୍ତାକାଲି ଓ ମଙ୍ଗଳବାର,୨ ଦିନ ଧରି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ଆସନ୍ତାକାଲି ଗଞ୍ଜାମ ତଥା ଆଭ୍ଯନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। କଳାହାଣ୍ଡି, କନ୍ଧମାଳ, କୋରାପୁଟ, ବରଗଡ଼, ସମ୍ବଲପୁର, ଦେବଗଡ଼ […]

author-image
Sampad Mahapatra
ଘନୀଭୂତ ହେଉଛି ଲଘୁଚାପ, ୨ ଦିନ ଧୁମ୍‌ ବର୍ଷିବ

weather

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରର ଉତ୍ତର ପୂର୍ବ ଭାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ଆସନ୍ତାକାଲି ଓ ମଙ୍ଗଳବାର,୨ ଦିନ ଧରି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବନୁମାନ କରିଛି।

Advertisment

ଆସନ୍ତାକାଲି ଗଞ୍ଜାମ ତଥା ଆଭ୍ଯନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। କଳାହାଣ୍ଡି, କନ୍ଧମାଳ, କୋରାପୁଟ, ବରଗଡ଼, ସମ୍ବଲପୁର, ଦେବଗଡ଼ ଜିଲାରେ ବୃଷ୍ଟିପାତର ମାତ୍ରା ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି।

ଆସନ୍ତା ଦୁଇଦିନ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ସତର୍କ କରି ଦିଆଯାଇଛି।

Advertisment