ଗଞ୍ଜାମରୁ କେନ୍ଦ୍ରାପଡ଼ା ହୋଇଛି ପ୍ରବଳରୁ ଅତି ପ୍ରବଳ ବର୍ଷା, ଅଧିକ ଛେଚିଛି ଖଲ୍ଲିକୋଟରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇ ଓଡ଼ିଶାର ନିକଟତର ହେଉଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ଏପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ସର୍ବାଧିକ ବର୍ଷା ହୋଇଛି। ଏଠାରେ ୧୫୮ ମିମି ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, […]

Rain

Rain

Jitendra Garnayak
  • Published: Sunday, 05 December 2021
  • Updated: 05 December 2021, 12:29 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇ ଓଡ଼ିଶାର ନିକଟତର ହେଉଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ଏପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ସର୍ବାଧିକ ବର୍ଷା ହୋଇଛି। ଏଠାରେ ୧୫୮ ମିମି ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗଭୀର ଅବପାତଟି ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି। ଆଜି ଏହା ଉପକୂଳ ଓଡ଼ିଶାର ପାଖେପାଖେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ବିଶେଷତଃ ଗଞ୍ଜାମ ଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଯେତିକି ଉପକୂଳବର୍ତ୍ତୀ ଜିଲ୍ଲା ରହିଛି, ସେଠାରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି।

ଦକ୍ଷିଣ ଅଞ୍ଚଳରୁ ଅର୍ଥାତ୍ ଗଞ୍ଜାମ ଆଡୁ ବର୍ଷା ଧୀରେ ଧୀରେ କମିବାକୁ ଲାଗିବ ଏବଂ ଉତ୍ତର ଅଞ୍ଚଳରେ ଥିବା ଜିଲ୍ଲା ଗୁଡ଼ିକରେ (ଭଦ୍ରକ ଓ ବାଲେଶ୍ୱର ଆଦି ଜିଲ୍ଲାରେ) ବର୍ଷାର ପରିମାଣ ବଢ଼ିବାକୁ ଲାଗିବ। ତେବେ ଆଜି ମଧ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇଛି ବୋଲି ଆଇଏମ୍‌ଡି ଡିଜି କହିଛନ୍ତି।

ସେ କହିଛନ୍ତି, ଉପକୂଳବର୍ତ୍ତୀ ଅଞ୍ଚଳରେ ନିକଟସ୍ଥ ସମୁଦ୍ରରେ ବର୍ତ୍ତମାନ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫କମି ରହିଛି। ସ୍ଥଳବିଶେଷରେ ଏହା ଘଣ୍ଟାପ୍ରତି ୬୫ କିଲୋମିଟର ରହିଛି। ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଏହିଭଳି ଭାବେ ପବନ ହୋଇପାରେ।

ଗଭୀର ଅବପାତଟି ପୁରୀଠାରୁ ୧୨୦ କିମି ଓ ଗୋପାଳପୁର ଠାରୁ ୯୦ କିମି ଦୂରରେ ରହିଛି। ଅପରାହ୍ଣ ସୁଦ୍ଧା ଏହା ପୁରୀ ନିକଟ ସମୁଦ୍ରରେ ଆସି କେନ୍ଦ୍ରୀଭୂତ ହେବ। ଆଜି ଦିନ ସାରା ଓଡ଼ିଶା ଉପକୂଳ ନିକଟରେ ଗତି କରି ପଶ୍ଚିମବଙ୍ଗକୁ ମୁହାଁଇବ। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହେବ। ରାତିରେ ୱେଲ୍‌ ମାର୍କଡ୍ ଲୋ’ ପ୍ରେସର ହୋଇ ପଶ୍ଚିମବଙ୍ଗରେ ପହଞ୍ଚିବ ବୋଲି ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି।

ସେହିପରି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର ବିଶ୍ୱାସ କହିଛନ୍ତି,  ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ନୟାଗଡ଼ରେ ୧୦୭.୫ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଛତ୍ରପୁରରେ ୮୬.୬ ଓ ଭୁବନେଶ୍ୱରରେ ୪୨.୩ ମିମି ବର୍ଷା ହୋଇଛି।
https://youtu.be/po_OS9VGgZA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos