Advertisment

ହେଭିୱେଟ୍‌ଙ୍କ ମତଦାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଦଳର ବଡ଼ ନେତାମାନେ ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। କଳାହାଣ୍ଡି ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ଆଜି ଭବାନୀପାଟଣାରେ ସପରିବାରେ ଭୋଟ୍ ଦେଇଛନ୍ତି।  ଭକ୍ତ ଲୋକସଭା ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପୁଅ ସାଗର ଦାସ ଭବାନୀପାଟଣା […]

ଅଦ୍ୟତନ ହୋଇଛି
ହେଭିୱେଟ୍‌ଙ୍କ ମତଦାନ

congress

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଦଳର ବଡ଼ ନେତାମାନେ ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି।

Advertisment

[caption id="attachment_366811" align="aligncenter" width="750"]BhaktaDasପରିବାର ସହ ଭୋଟ୍ ଦେବାକୁ ଆସିଥିଲେ ଭକ୍ତ[/caption]

କଳାହାଣ୍ଡି ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ଆଜି ଭବାନୀପାଟଣାରେ ସପରିବାରେ ଭୋଟ୍ ଦେଇଛନ୍ତି।  ଭକ୍ତ ଲୋକସଭା ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପୁଅ ସାଗର ଦାସ ଭବାନୀପାଟଣା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ସାଗର ବି ଆଜି ଭୋଟ୍ ଦେଇଛନ୍ତି।

Advertisment

[caption id="attachment_366814" align="aligncenter" width="750"]basantpandaମତଦାନ କେନ୍ଦ୍ରରେ ବସନ୍ତ ପଣ୍ଡା[/caption]

କୋରାପୁଟର କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକା ତାଙ୍କ ମତଦାନ ସାବ୍ୟସ୍ତ କରିଥିବା ବେଳେ ରାଜ୍ୟ ବିଜେପି ସଭାପତି ତଥା କଳାହାଣ୍ଡିର ବିଜେପି ସାଂସଦ ପ୍ରାର୍ଥୀ ବସନ୍ତ ପଣ୍ଡା ମଧ୍ୟ ମତଦାନ କରିଛନ୍ତି।

[caption id="attachment_366815" align="aligncenter" width="810"]rameshmajhiଭୋଟ୍ ଦେବାକୁ ଧାଡ଼ିରେ ଛିଡ଼ା ହୋଇଛନ୍ତି ରମେଶ ମାଝୀ[/caption]

ବିଜେଡିର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ରମେଶ ମାଝୀ ଉମରକୋଟ୍‌ର ଏକ ବୁଥ୍‌ରେ ଭୋଟ୍ ଦେଇଛନ୍ତି। ସେହିପିରି ଜୟପୁରର କଂଗ୍ରେସ ବିଧାୟକ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି ମଧ୍ୟ ତାଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି।

[caption id="attachment_366821" align="aligncenter" width="750"]saptagiriମତ ସାବ୍ୟସ୍ତ କରିବା ପରେ ସପ୍ତଗିରି ଉଲାକା[/caption]

କିଛି ବୁଥ୍‌ରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମତଦାନ ବିଳମ୍ବ ହୋଇଥିଲା। ଏପରିକି କିଛି ସ୍ଥାନରେ ଭୋଟ୍‌ରମାନେ ମତଦାନ ନ କରି ଫେରିଯାଇଥିବା ସୂଚନା ମିଳିଛି।

ଆହୁରି ମଧ୍ୟ ପଢ଼ନ୍ତୁ: ଭୋଟ୍‌ ନ ଦେଇ ଫେରିଗଲେ ଭୋଟର୍‌

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe