Advertisment

ଶ୍ରୀମନ୍ଦିର ଉପରେ ଉଡିଲା ହେଲିକପ୍ଟର

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ହେଉଛି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ମହାପ୍ରଭୁଙ୍କ ନୀତି ଚାଲିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ବଳୟ ଭିତରେ ଏକ ହେଲିକପ୍ଟର ଉଡୁଥିବା ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଅଞ୍ଚଳ ନୋ ଫ୍ଲାଇଂ ଜୋନ୍‌ ହୋଇଥିବା ବେଳେ ହେଲିକପ୍ଟର ଉଡ଼ିବାକୁ ନେଇ ନାନା ଆଶଙ୍କା ପ୍ରକାଶ ପାଇଥିଲା। ତେବେ ପୁରୀ ଏସ୍‌ପି କନଓ୍ୱର ବିଶାଲ ସିଂହ କହିଛନ୍ତି ଏହାକୁ ହାଲୁକା ଭାବେ ନେଇଛନ୍ତି। ସେ କହିଛନ୍ତି ଯେ, ଶ୍ରୀମନ୍ଦିର ଆକାଶରେ ଉଡ଼ିଥିବା ହେଲିକପ୍ଟରଟି ଭାରତୀୟ ତଟରକ୍ଷୀ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଶ୍ରୀମନ୍ଦିର ଉପରେ ଉଡିଲା ହେଲିକପ୍ଟର

puri

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ହେଉଛି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ମହାପ୍ରଭୁଙ୍କ ନୀତି ଚାଲିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ବଳୟ ଭିତରେ ଏକ ହେଲିକପ୍ଟର ଉଡୁଥିବା ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଅଞ୍ଚଳ ନୋ ଫ୍ଲାଇଂ ଜୋନ୍‌ ହୋଇଥିବା ବେଳେ ହେଲିକପ୍ଟର ଉଡ଼ିବାକୁ ନେଇ ନାନା ଆଶଙ୍କା ପ୍ରକାଶ ପାଇଥିଲା।

Advertisment

ତେବେ ପୁରୀ ଏସ୍‌ପି କନଓ୍ୱର ବିଶାଲ ସିଂହ କହିଛନ୍ତି ଏହାକୁ ହାଲୁକା ଭାବେ ନେଇଛନ୍ତି। ସେ କହିଛନ୍ତି ଯେ, ଶ୍ରୀମନ୍ଦିର ଆକାଶରେ ଉଡ଼ିଥିବା ହେଲିକପ୍ଟରଟି ଭାରତୀୟ ତଟରକ୍ଷୀ ବାହିନୀର। ଏବେ ସିକ୍ୟୁରିଟି ଡ୍ରିଲ ଚାଲିଥିବାରୁ ହେଲକପ୍ଟର ଉଡ଼ି ଥାଇପାରେ। ତେବେ ଏହାକୁ ନେଇ ଚିନ୍ତା କରନ୍ତୁ ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି।

ଆଜି ଜ୍ୟେଷ୍ଠ ପୂର୍ଣ୍ଣମୀ ବା ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ଶ୍ରୀଜିଉଙ୍କ ମହାସ୍ନାନ ନୀତି ସଂପନ୍ନ ହୋଇଛି। ବଡ଼ି ଭୋରରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାବିଗ୍ରହଙ୍କୁ ରତ୍ନବେଦୀରୁ ଧାଡ଼ି ପହଣ୍ଡି କରି ସ୍ନାନବେଦୀକୁ ଅଣାଯାଇଥିଲା। ଏହାପରେ ସର୍ବତୀର୍ଥର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ତେବେ ଚତୁର୍ଦ୍ଧା ବିଗ୍ରହଙ୍କୁ ସ୍ନାନ କରିବା ପାଇଁ ସ୍ୱର୍ଣ୍ଣକୂପକୁ ସଂସ୍କାର କରାଯାଇଥିଲା। ମହାପ୍ରଭୁଙ୍କ ସ୍ନାନନୀତି ସଂପନ୍ନ ହେବା ପରେ ରାଜ ନୀତି ଆରମ୍ଭ ହୋଇଥିଲା। ଗଜପତି ମହାରାଜଙ୍କ ବଦଳରେ ମୁଦିରସ୍ତ ଆସି ଛେରା ପହଁରା କରିଥିଲେ। ରାଜ ନୀତି ସଂପନ୍ନ ହେବା ପରେ ଆରମ୍ଭ ହୋଇଥିଲା ଗଜାନନ ବେଶ। ଏହାପରେ ସାହାଣ ମେଲା ଦର୍ଶନ ହେବାର କାର୍ଯ୍ୟକ୍ରମ ରହିଛି।

Advertisment
Puri Shreemandir