Advertisment

ହଳଦୀ, ବେସନରେ ହୋଲି ଖେଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସୁଛି ରଙ୍ଗର ପର୍ବ ହୋଲି। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ସ୍ୱପ୍ନାପତି ଫାଉଣ୍ଡେସନ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିବ। କେମିକାଲ୍ ରଙ୍ଗକୁ ସମ୍ପୂର୍ଣ୍ଣ ବର୍ଜନ କରି ପ୍ରାକୃତିକ ରଙ୍ଗରେ ହୋଲି ଖେଳ ହେବ। ଖାଲି ସେତିକି ନୁହେଁ ଏହାକୁ ସ୍ୱତନ୍ତ୍ର କରିବା ତଥା ସମସ୍ତଙ୍କ ମୁହଁରେ ହସ ଫୁଟାଇବା ପାଇଁ ଦିବ୍ୟାଙ୍ଗ ଓ ଅସହାୟ ପିଲାମାନଙ୍କୁ ସାଙ୍ଗରେ ନେଇ ରଙ୍ଗର ପର୍ବକୁ ପାଳନ କରାଯିବ। ସ୍ୱପ୍ନାପତି ଫାଉଣ୍ଡେସନର ମୁଖ୍ୟ […]

ଅଦ୍ୟତନ ହୋଇଛି
ହଳଦୀ, ବେସନରେ ହୋଲି ଖେଳ

3

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସୁଛି ରଙ୍ଗର ପର୍ବ ହୋଲି। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ସ୍ୱପ୍ନାପତି ଫାଉଣ୍ଡେସନ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିବ। କେମିକାଲ୍ ରଙ୍ଗକୁ ସମ୍ପୂର୍ଣ୍ଣ ବର୍ଜନ କରି ପ୍ରାକୃତିକ ରଙ୍ଗରେ ହୋଲି ଖେଳ ହେବ। ଖାଲି ସେତିକି ନୁହେଁ ଏହାକୁ ସ୍ୱତନ୍ତ୍ର କରିବା ତଥା ସମସ୍ତଙ୍କ ମୁହଁରେ ହସ ଫୁଟାଇବା ପାଇଁ ଦିବ୍ୟାଙ୍ଗ ଓ ଅସହାୟ ପିଲାମାନଙ୍କୁ ସାଙ୍ଗରେ ନେଇ ରଙ୍ଗର ପର୍ବକୁ ପାଳନ କରାଯିବ। ସ୍ୱପ୍ନାପତି ଫାଉଣ୍ଡେସନର ମୁଖ୍ୟ ସ୍ୱପ୍ନା ପତି ଏବଂ ଏହାର ବ୍ରାଣ୍ଡ୍ ଆମ୍ବାସାଡର ଅଭିନେତା ସବ୍ୟସାଚୀ ମିଶ୍ର ଆଜି ଏହା ସ୍ପଷ୍ଟ କରିଛନ୍ତି।

Advertisment

କଳ୍ପନା ଛକସ୍ଥିତ ହୋଟେଲ କଳିଙ୍ଗ ଅଶୋକା ପରିସରରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯିବ। ଚଳିତ ବର୍ଷ ହୋଲି ମାର୍ଚ୍ଚ ୨୨ ତାରିଖରେ ପଡ଼ୁଥିବା ବେଳେ ଏହାର ୨ ଦିନ ପୂର୍ବରୁ ଅର୍ଥାତ ୨୦ ରେ ସ୍ୱପ୍ନାପତି ଫାଉଣ୍ଡେସନ ଏହି ପର୍ବ ପାଳନ କରିବ। ସନ୍ଧ୍ୟା ୬ରୁ ରାତି ୧୧ଟା ପର୍ଯ୍ୟନ୍ତ ଏହି ଉତ୍ସବ ଚାଲୁ ରହିବ।

ବିଷାକ୍ତ ତଥା ହାନିକାରକ ରଙ୍ଗଠାରୁ ଦୂରେଇ ରହି ପ୍ରାକୃତିକ ରଙ୍ଗକୁ ଆପଣାଇବା ପାଇଁ ଏଠାରେ ସଚେତନତା ବାର୍ତ୍ତା ଦିଆଯିବ। ସେହିପରି ଜୀବନକୁ ସରସ ସୁନ୍ଦର ଓ ମଧୁମୟ କରିବା ପାଇଁ ଏହା ଏକ ରଙ୍ଗୀନ ମୁହୂର୍ତ୍ତ ହେବ ବୋଲି ଫାଉଣ୍ଡେଶନ ପକ୍ଷରୁ କୁହାଯାଇଛି। ସମ୍ବାଦିକ ସମ୍ମିଳନୀରେ ସ୍ୱପ୍ନାପତି ଫାଉଣ୍ଡେସନର ସଦସ୍ୟ ରାଜେଶ ମହାନ୍ତି, ସଂଯୋଜକ ଋଷି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe