ପ୍ରବଳ ବର୍ଷାରେ ଭାଙ୍ଗିଲା ପୋଲ

ଫୁଲବାଣୀ(ତ୍ରିନାଥ ସାହୁ): ପ୍ରବଳ ବର୍ଷାରେ ଭାଙ୍ଗିଲା ପୋଲ। ଗତ ଦୁଇ ଦିନ ମଧ୍ୟରେ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ କେତେକ ରାସ୍ତା ସହ ଛୋଟ ବଡ଼ ବ୍ରିଜ କ୍ଷତିଗ୍ରସ୍ତ ହୋଇଛି।

ଫିରିଙ୍ଗିଆ ବ୍ଲକର ଗୋଛାପଡା ପଞ୍ଚାୟତଠାରୁ ବନ୍ଦୁଲି  ଛକ ରାସ୍ତା ଦେଇ ଲଦା ଗାଁ ପର୍ଯ୍ୟନ୍ତ ଯାଇଥିବା ଆର.ଡ଼ି ରାସ୍ତାର ଗୋଟିଏ ବ୍ରିଜ ଭାଙ୍ଗିଯାଇଛି। ଫଳରେ ବନ୍ଦୁଲିଠାରୁ ଲଦା ଗାଁକୁ ଚାରିଚକିଆ ଗାଡ଼ି ଚଳାଚଳ ସମ୍ପୂର୍ଣ ବନ୍ଦ ହୋଇଯାଇଛି।

ରାସ୍ତାରେ ପଡ଼ୁଥିବା ବଡେଡ଼ି ନଦୀ ଉପରେ ନିର୍ମିତ ବ୍ରିଜର ଅର୍ଦ୍ଧାଧିକ ଅଂଶ ନଦୀର ବଢ଼ି ପାଣିରେ ଭାଙ୍ଗିଯାଇଛି।  ଫଳରେ ସେହି ରାସ୍ତାରେ ଚାରି ଚକିଆ ଗାଡ଼ି ଚଳାଚଳ ଠପ୍ ହୋଇଛି।

ଭଙ୍ଗା ପୋଲ ପାର୍ଶ୍ୱରେ ୨ରୁ ୩ ଫୁଟ ରାସ୍ତା ରହିଯାଇଥିବାରୁ ସେହି ରାସ୍ତାରେ ବିପଦ ସଂକୁଳ ଭାବେ ଗାଁ ଲୋକେ ଯାଆସ କରୁଛନ୍ତି। ନାନା ଅସୁବିାଧର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକେ। ତେଣୁ ତୁରନ୍ତ ଭଙ୍ଗା ବ୍ରିଜର ମରାମତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।