Advertisment

ଇଏ ସେହି ସୁନ୍ଦରୀ; ଯିଏ କହୁଥିଲା Hi... I Love You...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଏ ସେହି ରହସ୍ୟମୟୀ ସୁନ୍ଦରୀ ତରୁଣୀ? ଯିଏ ରଚିଥିଲା ରୋମାଞ୍ଚିତ ନାଟକ। ଆଉ ହାତେଇଥିଲା ଚାନ୍ଦିପୁରୁ କ୍ଷେପଣାସ୍ତ୍ର ଘାଟିର ଗୁପ୍ତ ତଥ୍ୟ। କୁହାଯାଉଛି ତଥ୍ୟ ହାତେଇବା ପାଇଁ ତରୁଣୀ ଜଣକ ସୋଶାଲ ମିଡିଆରେ ବିଛାଇ ଥିଲା ମାୟାଜାଲ୍‌। କେତେବେଳେ କାହାକୁ Hi… ଲେଖୁଥିଲା ତ ଆଉ କେତେବେଳେ କାହାକୁ LOVE YOU କହୁଥିଲା। ମାୟାବିନୀଙ୍କ ବିବାହ ମୋହରେ କିଏ ପଡ଼ି ଯାଇଥିଲା ତ ଆଉକିଏ ଟଙ୍କା ଲୋଭରେ ଫସିଯାଇଥିଲା ଚକ୍ରବ୍ୟୂହରେ। ଆଉ ତା’ପରେ ସେ […]

author-image
Manoranjan Sial
ଇଏ ସେହି ସୁନ୍ଦରୀ; ଯିଏ କହୁଥିଲା Hi... I Love You...

Honey

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଏ ସେହି ରହସ୍ୟମୟୀ ସୁନ୍ଦରୀ ତରୁଣୀ? ଯିଏ ରଚିଥିଲା ରୋମାଞ୍ଚିତ ନାଟକ। ଆଉ ହାତେଇଥିଲା ଚାନ୍ଦିପୁରୁ କ୍ଷେପଣାସ୍ତ୍ର ଘାଟିର ଗୁପ୍ତ ତଥ୍ୟ। କୁହାଯାଉଛି ତଥ୍ୟ ହାତେଇବା ପାଇଁ ତରୁଣୀ ଜଣକ ସୋଶାଲ ମିଡିଆରେ ବିଛାଇ ଥିଲା ମାୟାଜାଲ୍‌। କେତେବେଳେ କାହାକୁ Hi... ଲେଖୁଥିଲା ତ ଆଉ କେତେବେଳେ କାହାକୁ LOVE YOU କହୁଥିଲା। ମାୟାବିନୀଙ୍କ ବିବାହ ମୋହରେ କିଏ ପଡ଼ି ଯାଇଥିଲା ତ ଆଉକିଏ ଟଙ୍କା ଲୋଭରେ ଫସିଯାଇଥିଲା ଚକ୍ରବ୍ୟୂହରେ। ଆଉ ତା’ପରେ ସେ ଯାହା ମାଗିଥିଲା, ହାତ ଖୋଲି ସବୁ ଏମାନେ ସବୁ ଦେଇଥିବା ଅଭିଯୋଗ ହୋଇଛି। ଡିଆର୍‌ଡିଓର ଗୁପ୍ତ ତଥ୍ୟ ଦେଇ ରିମାଣ୍ଡରେ ଥିବା ୫ ଅଭିଯୁକ୍ତଙ୍କଠାରୁ କ୍ରାଇମବ୍ରାଞ୍ଚ ଆଜି ଏପରି ତଥ୍ୟ ହାତେଇଛି।

Advertisment

ଅଭିଯୋଗ ହେଉଛି, ୨୦୨୦ ମସିହା ଫେବ୍ରୁଆରୀରୁ ମାୟାବିନୀଙ୍କ ପ୍ରମରେ ପଡ଼ିଛନ୍ତି ଗିରଫ ହୋଇଥିବା ଅଭିଯୁକ୍ତମାନେ। ଯୁବତୀ ଜଣକ ଭିନ୍ନ ଭିନ୍ନ ପରିଚୟ ଓ ଠିକଣା ଦେଇ ଷଡ଼ଯନ୍ତ୍ର ରଚିଥିଲା। କେତେବେଳେ ସେ କାହାକୁ ପୋର୍ଟବ୍ଲେୟାରର ନର୍ସ ବୋଲି ପରିଚୟ ଦେଇଥିଲା ତ ଆଉ କାହାକୁ ଚଣ୍ଡିଗଡ଼ର ଡିଫେନ୍ସ ଷ୍ଟାଫ୍‌ କହିଥିଲା। ଆଉ କାହାକୁ ବ୍ରିଟେନ ଲିଭରପୁଲ ଓ ରାଜସ୍ଥାନ ଠିକଣା ଦେଇଥିଲା। ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଇଂଲିଶ ଓ ହିନ୍ଦୀରେ ଚାଟିଂ କରିଥିଲା। ଆଉ ଭିଡ଼ିଓ କଲିଂ ମଧ୍ୟ କରିଥିଲା। ତା’ହାରି ଭିତରେ ମାୟାବିନୀଙ୍କ ରୂପ ଲାବଣ୍ୟରେ ଫସି ଗୁପ୍ତ ତଥ୍ୟ ଦେଇଥିଲେ ୫ ଅଭିଯୁକ୍ତ। କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ବେଳେ ଏପରି ସାଙ୍ଘାତି ତଥ୍ୟ ପାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି କିଏ ସେହି ମାୟାବିନୀ ସୁନ୍ଦରୀ? ତାଙ୍କ ଘର କେଉଁଠି? ଦେଢ଼ ବର୍ଷ ଧରି ଏଭଳି ଦେଶଦ୍ରୋହ ଷଡ଼ଯନ୍ତ୍ର ଜାରି ରହିଥିଲେ ମଧ୍ୟ କେହି କେମିତି ଜାଣିପାରୁନଥିଲେ? କେମିତି ଏହି ରହସ୍ୟମୟୀ ଯୁବତୀଙ୍କୁ ଠାବ କରାଯିବ? ଏପରି ପ୍ରଶ୍ନ ଭିତରେ ଛନ୍ଦି ହୋଇ ପଡ଼ିଛି କ୍ରାଇମବ୍ରାଞ୍ଚ।

ଡିଆର୍‌ଡିଏର ଗୁପ୍ତ ତଥ୍ୟ ଦେଇ ରିମାଣ୍ଡରେ ଥିବା ଡ୍ରାଇଭର ସଚିନ କୁମାର ଛତ୍ତା, ଠିକା ଏସି ଅପରେଟର ବସନ୍ତ ବେହେରା ଓ ଶେଖ୍‌ ମୁଶାଫିର, ମେନ୍‌ଗେଟ କିପର ତାପସ ନାୟକ ଏବଂ ଡିଜି ଅପରେଟର ହେମନ୍ତ କୁମାର ମିସ୍ତ୍ରୀ ଇତିମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଗାଳି ସାରିଛନ୍ତି। ମିଳିଥିବା ତଥ୍ୟର ସମ୍ବେଦନଶୀଳତାକୁ ଦେଖି ଘଟଣା ଉପରେ NIA ସହ ଏୟାରଫୋର୍ସ ଟିମ ମଧ୍ୟ ଫୋକସ୍‌ରେ ରଖିଛି। ତେବେ ଏହି ଲେଡି ଲିଙ୍କରେ କ୍ଷେପଣାସ୍ତ୍ର ଘାଟିରୁ କି କି ତଥ୍ୟ ଲିକ୍‌ ହୋଇଛି ? ITRରେ ପରୀକ୍ଷଣ ହୋଇଥିବା ଯୁଦ୍ଧାସ୍ତ୍ର ଓ ମିଜାଇଲ୍‌ ସମ୍ପର୍କିତ ଗୁପ୍ତ ତଥ୍ୟ ପ୍ରଘଟ ହୋଇଛି କି? ଏହି ଯୁବତୀ ମାଧ୍ୟମରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ରଚିଛି କି ଷଡ଼ଯନ୍ତ୍ର ? ଏସବୁର ରହସ୍ୟ ଖୋଲିବାକୁ ଅର୍ଥ କାରବାରର ଦୁବାଇ ଲିଙ୍କ୍, ବ୍ରିଟେନରୁ ଆସିଥିବା ଫୋନ କଲର ଯାଞ୍ଚ ସହ ନମ୍ବରକୁ ଠାବ ପାଇଁ କ୍ରାଇମବ୍ରାଞ୍ଚ ଲାଗିପଡ଼ିଛି।

Advertisment