Advertisment

ଛତିଶଗଡ଼ରେ ନକ୍ସଲ ହମଲା ପରେ ଓଡ଼ିଶାରେ ହାଇ ଆଲର୍ଟ

ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ଆଲର୍ଟ ରହିବା ସହିତ କମ୍ବିଂ ଅପରେସନ ଜୋରଦାର କରିବାକୁ ନିର୍ଦ୍ଦେଶ। ସୀମା ଅଞ୍ଚଳରେ ଚେକିଂ ଓ ବ୍ଲକିଂ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ପୁଲିସ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା।

author-image
Manoranjan Sial
Naxal

Naxal

ଛତିଶଗଡ଼ରେ ନକ୍ସଲ ହମଲା ପରେ ଓଡ଼ିଶାରେ ହାଇ ଆଲର୍ଟ ହୋଇଛି। ଛତିଶଗଡ଼ ସୀମାକୁ ଲାଗିଥିବା ୩ ଜିଲ୍ଲାକୁ ଆଲର୍ଟ କରାଗଲେ ରାଜ୍ୟ ସରକାର। ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ଆଲର୍ଟ ରହିବା ସହିତ କମ୍ବିଂ ଅପରେସନ ଜୋରଦାର କରିବାକୁ ନିର୍ଦ୍ଦେଶ। ସୀମା ଅଞ୍ଚଳରେ ଚେକିଂ ଓ ବ୍ଲକିଂ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ପୁଲିସ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା।

Advertisment

ନକ୍ସଲ ପ୍ରବଣ ଦାନ୍ତେୱାଡ଼ାରେ ହୋଇଛି ବଡ଼ ହମଲା। ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜିଲ୍ଲା ସଂରକ୍ଷଣ ଗାର୍ଡ(ଡିଆରଜି)ର ୧୦ ଜଣ ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପୁଲିସ୍‌ ଗାଡ଼ିଟି ସଂପୂର୍ଣ୍ଣ ଛିନଛତ୍ର ହୋଇଯାଇଛି। ଗାଡ଼ିରେ ଥିବା ୧୦ ଯବାନ ଓ ଡ୍ରାଇଭର ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି।

ମଳିଥିବା ସୂଚନା ଅନୁସାରେ, ଦାନ୍ତେୱାଡାର ଅରନପୁର କ୍ଷେତ୍ରରେ କିଛି ନକ୍ସଲ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଯବାନମାନେ ଅପରେସନରେ ଯାଇଥିଲେ। ସର୍ଚ୍ଚ ଅପରେସନ୍‌ କରି ଅପରାହ୍ନରେ ଯବାନମାନେ ଫେରୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଫଳରେ ୧୧ ଯବାନ ସହିଦ ହୋଇଛନ୍ତି।

Advertisment
Malkangiri Naxal Attack Koraput Nabarangpur